୧୧ ବର୍ଷର ପରେ ସ୍ୱାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ ()  ଚର୍ଚ୍ଚାରେ ଅଭିନେତ୍ରୀ ଦିଆ ମିର୍ଜା । ବିବାହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି ଦିଆ । ସୋସିଆଲ ମିଡିଆରେ ଦିଆ ତାଙ୍କର ପତି ସାହିଲ ସଙ୍ଘାଙ୍କ ଠାରୁ ଅଲଗା ହୋଇଥିବା ସୁଚନା ଦେଇଛନ୍ତି । ଏନେଇ ଦିଆ କହିଛନ୍ତି କି, ତାଙ୍କ ସ୍ୱାମୀ ସାହିଲ ଏବଂ ସେ ଆପସ ବୁଝାମଣାରେ ୧୧ ବର୍ଷ ପରେ ବିବାହ ବନ୍ଧନ ବିଚ୍ଛେଦ କରୁଛନ୍ତି ।
ଦିଆ ମିର୍ଜା ଇନଷ୍ଟାଗ୍ରାମ ପୋଷ୍ଟରେ ଏହା ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଆମର ସମ୍ପର୍କ ଭାଙ୍ଗି ଯାଇଥିଲେ ମଧ୍ୟ ମୁଁ ଏବଂ ମୋ ସ୍ୱାମୀ ଭଲ ବନ୍ଧୁ ହୋଇ ରହିବୁ । ଏହି ନିଷ୍ପତିକୁ ଗ୍ରହଣ କରିବା ପାଇଁ ମୋଇ ପରିବାର ଏବଂ ବନ୍ଧୁମାନଙ୍କୁ ଧନ୍ୟବାଦ ।
ଏହା ସହିତ ସେମାନେ ଲେଖିଛନ୍ତି,“ଏହା ପରେ ଏହି ପ୍ରସଙ୍ଗରେ ଆମେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ।”ତେବେ ସେମାନେ କାହିଁକି ଅଲଗା ହେବାକୁ ନିଷ୍ପତ୍ତି ନେଲେ, ସେ ନେଇ କିଛି ସୂଚନା ଦେଇ ନାହାନ୍ତି।
୫ ବର୍ଷ ତଳେ ଅକ୍ଟୋବର ୧୮ ତାରିଖରେ ଦିଆ ଓ ସାହିଲ ବାହା ହୋଇଥିଲେ। ଦିଲ୍ଲୀରେ ଉଭୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବାହାଘର ହୋଇଥିଲା। ତେବେ ସେମାନଙ୍କ ସଂପର୍କ ଆହୁରି ପୁରୁଣା ଥିଲା। ସେମାନେ ବାହାଘରର ୬ ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଓ ସଂପର୍କରେ ଥିଲେ।

Share

Leave a Reply

Your email address will not be published. Required fields are marked *

1 × 5 =