ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ

ଭୁବନେଶ୍ୱର () ବିଧାୟକ ପଦରୁ ବିଧିବଦ୍ଧ ଭାବେ ଆଜି ଇସ୍ତଫା ଦେଇଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂହ । ଆଜି ବାଚସ୍ପତି ପ୍ରଦୀପ ଅମାତଙ୍କୁ ତାଙ୍କ ବିଧାନସଭା ପ୍ରକୋÂରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଦୁଇ ଦିନ ତଳେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା । ଦଳରୁ ନିଲମ୍ବିତ ହେବା ପରେ ସେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଇଥିବା ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − seventeen =