ତାଳଦଣ୍ଡା କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ କ୍ରିଷନ କୁମାର

କଟକ: ଐତିହାସିକ ତାଳଦଣ୍ଡା କେନାଲର ଉନ୍ନତିକରଣ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେନାଲର ରୂପାନ୍ତର ନେଇ ଫଟୋ ମଧ୍ୟ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କେନାଲ ରାସ୍ତାର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଡ଼. କ୍ରିଷନ କୁମାର । ତାଙ୍କ ସହ ଓଡ଼ିଶା ସରକାରଙ୍କ ୱାର୍କ ଡେଭଲେପମେଣ୍ଟ ଟିମର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ତାଳଦଣ୍ଡା କେନାଲର ଉନ୍ନତିକରଣ ଲାଗି ଏନଏଚଏଆଇ ଏବଂ ଜଳ ସମ୍ପଦ ବିଭାଗ ନିକଟରୁ ଅନୁମୋଦନ ହସ୍ତଗତ ହୋଇସାରିଛି । ବାମପଟ ରାସ୍ତାର ବିକାଶ ଲାଗି ରେଳବାଇଠାରୁ ଆବଶ୍ୟକ ମଞ୍ଜୁରୀ ହାସଲ ଲାଗି ମଧ୍ୟ ମଞ୍ଜୁରୀ ଦିଆଯାଇଥିଲା । ସେପଟେ କେନାଲ ରାସ୍ତାକୁ ବିରିବାଟିଠାରେ କଟକ-ପାରାଦ୍ଵୀପ ରାସ୍ତା ସହ ଯୋଡିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇ ଆସନ୍ତା ମାସରେ ଟେଣ୍ଡର ଲାଗି ଆହ୍ୱାନ କରାଯିବ।

Share

Leave a Reply

Your email address will not be published. Required fields are marked *

twenty + 8 =