ରାଜ୍ୟ କ୍ୟାବିନେଟ ଅଦଳବଦଳ ପ୍ରକ୍ରିୟା ଆରମ୍ଭ, ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ

ନବୀନ ମନ୍ତ୍ରିମଣ୍ଡଳର ପ୍ରତୀକ୍ଷିତ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ୧୪ ରୁ ୧୫ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ବିକ୍ରମ ଆରୁଖ, ଦିବ୍ୟଶଙ୍କର ମିଶ୍ରଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି।

ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଅନୁଷ୍ଠିତ ହେବା ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

4 + ten =