ଲୁଣି ଅଂଚଳରେ ମିଳିବ ମିଠା ପାଣି

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି ପାନୀୟଜଳ ପ୍ରକଳ୍ପ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକକୁ ଆଜି ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ କାର୍ୟ୍ୟକ୍ରମକୁ ଉଦଘାଟନ କରିଛନ୍ତି । ବସୁଧା ଯୋଜନାରେ ୧୪୭ଟି ଗ୍ରାମକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତ ମୁଖ୍ୟମନ୍ତ୍ରୀ । କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚାରିଛକରେ ଏଥିପାଇଁ ଏକ ଉସ୍ôବର ଆୟୋଜନ କରାଯାଇଥିଲା
। ବ୍ରହ୍ମଗିରି ଅଂଚଳରେ ବିଶୁଦ୍ଧ ପାଣି ପିଇବା ପାଇଁ ଅନେକ ଦିନରୁ ଚାହିଁବସିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − nine =