ପଶ୍ଚିମ ଓଡିଶାରେ ବନ୍ୟା ଯୋଗୁଁ କେଉଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ …

ଭୁବନେଶ୍ବର () ପ୍ରବଳ ବର୍ଷା ଜନିତ ବନ୍ୟା ପରିସ୍ଥିତି ଓ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନ ରେ ରେଳଧାରଣ ଉପରେ ପାଣି ପ୍ରବାହିତ ଯୋଗୁଁ ଟ୍ରେନ ସେବା ବ୍ୟାହତ ।

ଗତକାଲି ରାତ୍ରି ଓ ଆଜି ସକାଳେ ଲଗାତାର ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ବାରା ଟ୍ରେନ ସେବା ପ୍ରଭାବିତ ହୋଇଛି ।  ଉଭୟ ଟ୍ରେନ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ ଗୁଡିକୁ ନିମ୍ନ ଅନୁଯାଇ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଅଛି ।

ବାତିଲ ହୋଇଥିବା ଟ୍ରେନ :

୧୩ ତାରିଖ ରେ ରାଉରକେଲାରୁ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ ।

୧୪ ତାରିଖରେ ଜଗଦଳପୁରରୁ ଛାଡିବାକୁ ଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ।

୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ ।

୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ୫୮୫୨୯/୫୮୫୨୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ।

୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୫୮୨୧୩/୫୮୨୧୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର ।

୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର ।

୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ରୁ ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର ।

୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ।

୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ଼ ରୁ ୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର  ।

ଆଂଶିକ ବାତିଲ ହୋଇଥିବା ଟ୍ରେନ :

୧୩ ଓ ୧୪ ତାରିଖ ରେ ହାଓଡ଼ା ରୁ ଛାଡିବାକୁ ଥିବା ଏବଂ ୧୪ ଓ ୧୫ ତାରିଖ ରେ ଟିଟିଲାଗଡ଼ ରୁ ଛାଡିବାକୁ ଥିବା ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ ।

୧୩ ତାରିଖ ରେ ହାଓଡ଼ା ରୁ ଛାଡିବାକୁ ଥିବା ଓ ୧୪ ତାରିଖ ରେ ଜଗଦଳପୁର ରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ବରୀ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ ।

୧୪ ତାରିଖ ଦିନ ଉଭୟ ଦିଗରୁ ୧୨୮୯୩/୧୨୮୯୪ ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ ।

ମାର୍ଗ ପରିବର୍ତ୍ତିତ ଟ୍ରେନ :

୧୩ ତାରିଖ ରେ ଧାନବାଦ ରୁ ଛାଡିବାକୁ ଥିବା ୧୩୩୫୧ ଧାନବାଦ -ଆଲେପି ଏକ୍ସପ୍ରେସ ଓ ୧୨ ତାରିଖ ରେ ଆଲେପି ରୁ  ଛାଡିଥିବା ୧୩୩୫୨ ଆଲେପି-ଧାନବାଦ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ ।

୧୩ ତାରିଖ ରେ ହଟିଆ ରୁ ଛାଡିବାକୁ ଥିବା ୧୨୮୩୫ ହଟିଆ-ଯଶୋବନ୍ତପୁର ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ ।

୧୩ ତାରିଖରେ ପୁରୀ ରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ଏଲ.ଟି.ଟି.(ମୁମ୍ବାଇ) ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗଦେଇ ଚଳାଚଳ କରିବ ।

୧୩ ତାରିଖରେ ଉଭୟ ପୁରୀ ଓ ଦୁର୍ଗ ରୁ ଛାଡିବାକୁ ଥିବା ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ରାୟଗଡା-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗହୋଇ ଚଳାଚଳ କରିବ ।

୧୪ ତାରିଖରେ ସମ୍ବଲପୁର ରୁ ଛାଡିବାକୁ ଥିବା ୦୮୩୦୧ ସମ୍ବଲପୁର-ବନସୱାଡ଼ି ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ ।

୧୨ ତାରିଖ ରେ ଯଶୋବନ୍ତପୁର ରୁ ଛାଡିଥିବା ୧୨୮୯୦ ଯଶୋବନ୍ତପୁର-ଟାଟା ଏକ୍ସପ୍ରେସ ଟିଟିଲାଗଡ଼-ରାଇପୁର-ବିଳାସପୁର-ଝାରସୁଗୁଡା ମାର୍ଗ ହୋଇ ଚଳାଚଳ କରିବ ।

୧୨ ତାରିଖ ରେ ନାନ୍ଦେଡ଼ ରୁ ଛାଡିଥିବା ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ ମାର୍ଗ ହୋଇ ଚଳାଚଳ କରିବ ।

୧୩ ତାରିଖରେ ବାଙ୍ଗାଲୋର କ୍ୟାଣ୍ଟ ରୁ ଛାଡିବାକୁ ଥିବା ୧୮୬୩୮ ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ଏକ୍ସପ୍ରେସ  ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ-ସମ୍ବଲପୁର ମାର୍ଗ ହୋଇ ଚଳାଚଳ କରିବ ।

୧୩ ତାରିଖରେ ସୁରଟ ରୁ ଛାଡିବାକୁ ଥିବା ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ  ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ହୋଇ ଚଳାଚଳ କରିବ ।

୧୨ ତାରିଖ ରେ ପୁରୀରୁ ଛାଡିଥିବା ୧୮୪୨୧ ପୁରୀ-ଆଜମୀର ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗ ହୋଇ ଯାତ୍ରା କରୁଛି ।

Share

Leave a Reply

Your email address will not be published. Required fields are marked *

4 + twelve =