ଆପଣ ମାଟ୍ରିକ ପରୀକ୍ଷା ଦେଇଛନ୍ତି କି, କେମିତି ରେଜଲ୍ଟ ଜାଣିବେ ଦେଖନ୍ତୁ …

କଟକ () ଆସନ୍ତାକାଲି ପ୍ରକାଶ ପାଇବ ୨୦୧୯ ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆସନ୍ତା ୨୧ତାରିଖ ସକାଳ ୯ଟାରେ ପ୍ରକାଶ ପାଇବ। ଦିନ ୧୧ଟା ସମୟରେ ବୋର୍ଡର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇବ ।

ବୋର୍ଡର ୨ଟି ୱେବସାଇଟ www.bseodisha.ac.in, www.bseodisha.nic.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ୱେବସାଇଟର ହୋମ ପେଜରେ ଆପଣମାନେ BSE Odisha 10th Resltର ଲିଙ୍କ ପାଇବେ । ଏହାକୁ କ୍ଲିକ କରି ସେଠାରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଲେଖିଲେ ଆପଣଙ୍କ ରେଜଲ୍ଟ ସୋ କରିବ । ଏହାକୁ ଆପଣ ଡାଉନଲୋଡ କରିପାରିବେ । ଦୁଇଟି ଯାକ ୱେବାସାଇଟରେ ସମାନ ଢଙ୍ଗରେ ରେଜଲ୍ଟ ମିଳିପାରିବ ।

ଯେଉଁଠି ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବ ସେଠାରେ ପରୀକ୍ଷାର୍ଥୀ ମାନେ ଏସଏମଏସ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ । ପରୀକ୍ଷାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ମାନେ ମୋବାଇଲରେ ଓଆର୧୦-ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ପଠାଇ ରେଜଲ୍ଟ ଜାଣିପାରିବେ । ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।

ଚଳିତ ବର୍ଷ 5ଲକ୍ଷ 87 ହଜାର 780 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଫେବୃଆରୀ 23ରୁ ମାର୍ଚ୍ଚ 8 ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗତ ମେ 14 ତାରିଖରେ ଫଳ ପ୍ରକାଶ ପାଇବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବାତ୍ୟା ଯୋଗୁଁ ଫଳ ପ୍ରକାଶନ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

three × three =