ପ୍ରଥମ ସ୍ଥାନରେ କିଟ ବିଶ୍ୱ ବିଦ୍ୟାଳୟ

ଭୁବନେଶ୍ୱର() ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ର୍ୟାଙ୍କିଙ୍ଗ ଅଫ ଇନଷ୍ଟିଚୁ୍ୟସନସ ଅନ ଇନୋଭେସନ ଆଚିଭମେଣ୍ଟରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କିଟ ବିଶ୍ୱ ବିଦ୍ୟାଳୟର ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ବିବେଚିତ ହୋଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଭର୍ଚୁଆଲ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁ ଏହା ଘୋଷଣା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ.ରମେଶ ପୋଖରୀୟାଲ ନିଶଙ୍କ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସାମାରାଓ ଧୋତ୍ରେ, ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦେଧ, କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବ ଅମିତ ଖେରେ ପ୍ରମୁଖ ଉପସ୍ଥିତ ଥିଲେ । ଏହି ର୍ୟାଙ୍କିଙ୍ଗ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚେନ୍ନାଇର ଏସଆରଏମ ବିଶ୍ୱ ବିଦ୍ୟାଳୟ ଓ ଭେଲୋର ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି (ଭିଆଇଟି) ରହିଛନ୍ତି । ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷକ ଓ ଅଧ୍ୟାପକ ମାନଙ୍କ ମଧ୍ୟରେ ସୃଜନ ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତି କରି ଭାରତ ସରକାର ଏହି ର୍ୟାଙ୍କିଙ୍ଗ ପ୍ରଦାନ କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 2 =