କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର :  କିମ୍‌ସ୍‌ ପ୍ରସ୍ତୁତ କରିବ କୋଭିଡ୍‌-୧୯ ହସ୍ପିଟାଲ । ୪୫୦ ବେଡ୍‌ର କରୋନା ହସ୍ପିଟାଲ ପ୍ରସ୍ତୁତ ହେବ । ଆଜି ରାଜ୍ୟ ସରକାରଙ୍କ ସହ କିମ୍‌ସ୍‌ ଏନେଇ ଏକ ଏମ୍‌ଓୟୁ ସ୍ୱାକ୍ଷରିତ କରିଛି । ଏମ୍‌ଓୟୁ ପରେ କିମ୍‌ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର କୋଭିଡ୍‌-୧୯ ରୋକିବା ପାଈଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିମ୍‌ସକୁ ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । କିମ୍‌ସରେ ହସ୍ପିଟାଲ ରହିଛି, ଆଉ କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ଭାବେ ଆଉ ଏକ ହସ୍ପିଟାଲ ପ୍ରସ୍ତୁତ ହେବ । ସେହିପରି ସମ୍‌ ସହିତ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ସମ୍‌ ହସ୍ପିଟାଲ ମଧ୍ୟ କୋଭିଡ୍‌-୧୯ ମୁକାବିଲା ପାଇଁ ହସ୍ପିଟାଲ ପ୍ରସ୍ତୁତ କରିବ ।

Share

Leave a Reply

Your email address will not be published. Required fields are marked *

16 − 7 =