୩ଦିନ ପାଇଁ ସିଲ୍ ହେଲା ଭୁବନେଶ୍ୱର କୋର୍ଟ ପରିସର

ଭୁବନେଶ୍ୱର: ରାଜଧାନରେ ସଂକ୍ରମଣ ପୁଣି ଭୟଙ୍କର ରୂପ ନେଇ ଆତଙ୍କ ସୃଷ୍ଟି କରୁଛି। କିନ୍ତୁ ଲୋକେ ଚେତୁନାହାନ୍ତି । ବେପରୁଆ ଭାବେ ବୁଲୁଛନ୍ତି।କୋଭିଡ୍ ନିୟମ ମାନୁନାହାନ୍ତି । ବଜାରରେ ଭିଡ ଜମାଉଛନ୍ତି । ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତା ରଖୁନାହାନ୍ତି । ଏଭଳି ସ୍ଥିତି ପୁଣି ଭୁବନେଶ୍ବର କୋର୍ଟ ପରିସରରୁ ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଫଳରେ ୩ ଜଣ ପାଇଁ କୋର୍ଟ ପରିସର ସିଲ କରିଛି ପ୍ରଶାସନ।


ସୂଚନା ମୁତାବିକ, ଭୁବନେଶ୍ବର କୋର୍ଟ ପରିସରକୁ ପୁଣି ୩ ଦିନ ପାଇଁ ସିଲା କରଯାଇଛି । କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ । ଆଜିଠୁ ପର୍ୟ୍ୟନ୍ତ ରବିବାର ଅର୍ଥାତ ୨୬ ତାରିଖ ଯାଏଁ ଭୁବନେଶ୍ବର କୋର୍ଟ ପରିସର ସିଲ୍ ରହିବ । କୋଭିଡ୍ ସଂକ୍ରମଣ ପାଇଁ ଜିଲ୍ଲା କୋର୍ଟ, ଦେବୋତ୍ତର କମିଶନରଙ୍କ କାର୍ୟ୍ୟାଳୟ ମଧ୍ୟ ତିନି ଦିନ ବନ୍ଦ ରହିବ। ଏହାସହ କୋର୍ଟ ପରିସରରେ ଥିବା ବାର୍ ଆସୋସିଏସନ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିବ ବୋଲି ଜଣାଯାଇଛି । ୨୭ ତାରିଖରେ କ୍ୟାମ୍ପ ଖୋଲାଯାଇ ସବୁ କର୍ମଚାରୀଙ୍କ ଜଞଚଉଜ ଟେଷ୍ଟ କରାଯିବ।

Share

Leave a Reply

Your email address will not be published. Required fields are marked *

5 × three =