ଅମ୍ଫାନ କ୍ଷୟକ୍ଷତି ନେଇ ଓଡିଶାକୁ ୫୦୦ କୋଟି

ଭୁବନେଶ୍ବର() ଓଡିଶା ପାଇଁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ରାଜ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାବାସୀ ବହୁତ ଭଲ ଭାବେ ବାତ୍ୟା ମୁକାବିଲା କରିଛନ୍ତି । ଓଡ଼ିଶା ସରକାରଙ୍କ ଟିମ୍ ବହୁତ ଭଲ କାମ କରିଛନ୍ତି ବୋଲି ମୋଦି କହିଛନ୍ତି ।  ପ୍ରାଥମିକ ଭାବେ ସେହି ରାଜ୍ୟକୁ ୫୦୦ କୋଟିର ସହାୟତା ଘୋଷଣା କରିଛନ୍ତି । ରାଜ୍ୟରେ ତ୍ୱରିତ ସର୍ଭେ ପାଇଁ କେନ୍ଦ୍ରୀୟ ଟିମ୍ ଆସିବ ।ବାତ୍ୟା ଅମ୍ଫନ ଓଡିଶାରେ ଧନଜୀବନ ହାନି ସହ ବହୁ କ୍ଷୟକ୍ଷତି ଘଟାଇଛି ।

Share

Leave a Reply

Your email address will not be published. Required fields are marked *

4 × 5 =