କନ୍ଧମାଳର ହଳଦିକୁ ଜିଆଇ ଟ୍ୟାଗ

ଭୁବନେଶ୍ବର () କନ୍ଧମାଳ ଜିଲ୍ଲାର ମୁଖ୍ୟ କୃଷି ଭିତ୍ତିକ ଉତ୍ପାଦ ହଳଦିକୁ ଜିଆଇ ଟ୍ୟାଗ ମିଳିଛି । ଏହି ସାମଗ୍ରୀ ମୁଖ୍ୟତଃ କନ୍ଧମାଳ ଜିଲ୍ଲାର ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ହୋଇଥାଏ । ଗତ ନଭେମ୍ବର 1999ରେ ଫୁଲବାଣୀରେ ଥିବା କନ୍ଧମାଳ ଆପେକ୍ସ ସ୍ପାଇସ ଆସୋସିଏସନ ପକ୍ଷରୁ ଜିଓଗ୍ରାଫିକାଲ ଇଣ୍ଡିକେନସ ଫର ଗୁଡସ ଆକ୍ଟର ଧାରା 13 ଉପଧାରା 1ରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଥିଲା ।

କନ୍ଧମାଳର ହଳଦି ଜିଲ୍ଲାର ମୁଖ୍ୟ ଲାଭଦାୟକ ଫସଲ । ଏହା କେବଳ ଖାଦ୍ୟରେ ବ୍ୟବହାର କରାଯାଏନି ବରଂ ଔଷଧ ପ୍ରସ୍ତୁତି ଏବଂ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଜିଆଇ ଟ୍ୟାଗ ମୁଖ୍ୟତଃ ଏକ ନିର୍ଦ୍ଧିଷ୍ଟ ଅଂଚଳର କୃଷି ଭିତ୍ତିକ ଉତ୍ପାଦନ କିମ୍ବା ପ୍ରାକୃତିକ ଉତ୍ପାଦନ ପାଇଁ ପ୍ରଦାନ କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

5 × three =