ହାଇକୋର୍ଟ ବେଞ୍ଚ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି କୋରାପୁଟରେ ବନ୍ଦ ପାଳନ ହେଉଛି । ସମର୍ଥନ ଜଣାଇ ବିଜେଡ଼ି ଓ କଂଗ୍ରେସ ମଧ୍ୟ ବନ୍ଦରେ ସାମିଲ ହେବେ ବୋଲି ଜଣାପଡିଛି । ଦୀର୍ଘ ୧୨ ଦିନର କାର୍ୟ୍ୟ ବନ୍ଦ ଆନ୍ଦୋଳନ ପରେ ଅବିଭକ୍ତ କୋରାପୁଟ ଜିଲ୍ଳା, ରାୟଗଡ଼ା, ନବରଂଗପୁର, କୋରାପୁଟ ଓ ମାଲକାନଗିରିରେ ବନ୍ଦ ପାଳନ ପାଇଁ ଓକିଲ ସଂଘ ଡ଼ାକରା ଦେଇଛି ।
ଓକିଲ ସଂଘର ଏହି ବନ୍ଦ ପାଳନ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାେରୋକ କରିବା ସହ ଆନ୍ଦୋଳନକାରୀ ପିକେଟିଂ କରୁଛନ୍ତି । ତେବେ ବନ୍ଦର କୌଣସି ପ୍ରଭାବ ନ ପଡ଼ିଲେ ଆଗାମୀ ଦିନରେ ସ୍ଥାୟୀ ବେଂଚ୍ ପ୍ରତିଷ୍ଠା ଦାବିରେ କଂଗ୍ରେସ ଏକାକୀ ୨ ଦିନିଆ କୋରାପୁଟ ଜିଲ୍ଳା ବନ୍ଦ ଡାକରା ଦେବ ବୋଲି କଂଗ୍ରେସ କହିଛି । ବନ୍ଦକୁ ଦୃଷ୍ଟିରେ ରଖି ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ଘୁଞ୍ଚାଯାଇଛି ।

Share

Leave a Reply

Your email address will not be published. Required fields are marked *

10 − nine =