ଝରାଫୁଲ ମୃତ୍ୟୁ: ୩ ଦିନିଆ ରିମାଣ୍ଡରେ ରାକେଶ

ଯାଜପୁର: ୩ ଦିନିଆ ରିମାଣ୍ଡରେ ଯିବ ରାକେଶ | ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ଅତ୍ମସମର୍ପଣ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ । ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଯାଜପୁର ପୋଲିସ ।

ଝରାଫୁଲଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ଲୁଚି ରହିଛି ।ତେବେ କୋର୍ଟଙ୍କ ଅନୁମତି ପରେ ରାକେଶକୁ ଭୁବନେଶ୍ୱର ଆଣି ସତ ଓଗାଳିବ ପୋଲିସ । ଆବଶ୍ୟକ ପଡିଲେ ଝରାଫୁଲଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । ଝରାଫୁଲ-ରାକେଶ ଫାଷ୍ଟଫୁଡ୍ ଦୋକାନରୁ ବିରିୟାନି ଖାଇ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ଯିବା ବାଟରେ ଆଉ କିଛି ଖାଇଥିଲେ କି ? ସେହିଦିନ ଝରାଫୁଲ କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ପିଇଥିଲେ କି ? ସେଦିନ ରାତିରେ ରାକେଶ ଓ ଝରାଫୁଲ ଗେଷ୍ଟ ହାଉସରେ ଥିବା ବେଳେ କ’ଣ ଘଟିଥିଲା, ସେ ବିଷୟରେ ରାକେଶ ଠାରୁ ସମସ୍ତ ସତ ଓଗାଳିବ ପୋଲିସ ।

Share

Leave a Reply

Your email address will not be published. Required fields are marked *

4 × 1 =