ସରକାର ଉପରୁ ଆସ୍ଥା ହରାଇଲା ଟଙ୍କା

ନୂଆଦିଲ୍ଲୀ () 70 ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟରେ ସର୍ବାଧିକ ହ୍ରାସ ଘଟିଛି । ଏକ ଡଲାରର ମୁଲ୍ୟ 70 ଟଙ୍କା 8 ପଇସା ଛୁଇଁଛି । ଇତିହାସରେ ଟଙ୍କାର ମୂଲ୍ୟ ହ୍ରାସରେ ଏହା ସର୍ବକାଳୀନ ରେକର୍ଡ  । ଭାରତୀୟ ଅର୍ଥନିୀତି ଉପରେ ଏହା କୁପ୍ରଭାବ ପକାଇବ ବୋଲି ଅର୍ଥନୈତିଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଆଜି ୧ ଡଲାରର ମୂଲ୍ୟ ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଗତକାଲି ଟଙ୍କାର ମୂଲ୍ୟ ଲଗାତର ଭାବେ ହ୍ରାସ ଘଟି ୬୯.୯୩ରେ ପହଞ୍ଚିଥିଲା। ଗୋଟିଏ ଦିନରେ ଟଙ୍କା ମୂଲ୍ୟରେ ୧ ଟଙ୍କା ୧୦ ପଇସା ହ୍ରାସ ଘଟିବା ପରେ ଆଜି ସକାଳୁ ପୁଣି ଟଙ୍କାର ମୂଲ୍ୟରେ ହ୍ରାସ ଘଟିଛି। କୁହାଯାଉଛି ତୁର୍କୀର ‘ଲିରା’ ମୂଲ୍ୟରେ ହ୍ରାସ ଡଲାରକୁ ମଜବୁତ୍‌ କରିବା ସହିତ ଭାରତୀୟ ଟଙ୍କାକୁ ଦୁର୍ବଳ କରିଛି। ଯଦି ଏହି ଧାରା ଜାରି ରହେ, ତେବେ ବିଶ୍ବ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡିବ ।

ଭାରତର ଅର୍ଥନୀତି ଇତିହାସରେ ପ୍ରାୟ 70 ବର୍ଷ ତଳେ 1947 ମସିହାରେ ଡଲାର ଓ ଭାରତୀୟ ମୁଦ୍ରାର ମୂଲ୍ୟ ସମାନ ଥିଲା । ଅର୍ଥାତ ଏକ ଡଲାରର ମୂଲ୍ୟ ଏକ ଟଙ୍କା ଥିଲା । ଏଭିତରେ ଧିରେ ଧିରେ ଡଲାର ମୂଲ୍ୟ ବଢି ବଢି ଦେଶ ସ୍ବାଧୀନତାର 71 ବର୍ଷ ପରେ ଏକ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 70ଟଙ୍କା 8 ପଇସା ଛୁଇଁଛି ।

ଦେଶ ଅର୍ଥନୀତିରେ ସୃଷ୍ଟି ହୋଇଥିବା ଏଭଳି ସଂଗୀନ ସ୍ଥିତି ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ, ଟଙ୍କା ବର୍ତ୍ତମାନ ଦେଶର ସୁପ୍ରିମ ନେତାଙ୍କ ଉପରୁ ଆସ୍ଥା ହରେଇ ଦେଇଛି । ଏସଂପର୍କରେ ରାହୁଲ ଟ୍ବିଟରରେ ପ୍ରଧାନମନ୍ତ୍ରୀଙ୍କ ଅପାରଗତାକୁ ଦାୟୀ କରିଛନ୍ତି । ଟ୍ବିଟରରେ ଟଙ୍କାର ମୂଲ୍ୟ ହ୍ରାସ ପାଇଁ ମୋଦି ପୂର୍ବରୁ ୟୁପିଏ ସରକାରକୁ ଦାୟୀ କରିଛନ୍ତି । ଏହା ଉପରେ ରିଟ୍ବିଟ କରି ରାହୁଲ ମୋଦିଙ୍କ ଅର୍ଥନୀତି କ୍ଲାସକୁ ସମାଲୋଚନା କରିଛନ୍ତି । ଏଭଳିସ୍ଥିତିରେ ଆନ୍ତର୍ଜାତିକ ବଜାରରେ ଆମଦାନୀ ଓ ରପ୍ତାନୀ ବ୍ୟବସାୟ କରୁଥିବା ଭାରତୀୟ ବ୍ୟବସାୟୀ ପ୍ରତିଯୋଗିତା କରିପାରିବେ ନାହିଁ । ଏପରିକି ସରକାର ମଧ୍ୟ ପ୍ରତିଯୋଗିତାରେ ସାମିଲ ହୋଇପାରିବ ନାହିଁ ।

Share

Leave a Reply

Your email address will not be published. Required fields are marked *

4 + seventeen =