ଫେବ୍ରୁଆରୀ ୧୦ରୁ ଆରମ୍ଭ ପିଜି କ୍ଲାସ୍

ଭୁବନେଶ୍ୱର: ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ୍। ପିଜି କ୍ଲାସ୍ ଆରମ୍ଭ ହେବା ନେଇ ସୂଚନା ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରେ ଖୋଲାଯିବ ହଷ୍ଟେଲ | ସେହିଭଳି ପ୍ରି-ଫାଇନାଲ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ | କୋଭିଡ ଗାଇଡଲାଇନ ମାନି କ୍ଲାସ ହେବା କଥା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ |

ତେବେ ୟୁଜି ୩ୟ ସେମିଷ୍ଟର ଓ ୫ମ ସେମିଷ୍ଟର ପରୀକ୍ଷା ଏପ୍ରିଲ ୧୯ରୁ ଆରମ୍ଭ ହେବ | ଏପ୍ରିଲ ୧୯ରୁ ଆରମ୍ଭ ହୋଇ ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା | ମେ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ | ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ୍ ୭ ଜୁନ୍ ୧୯ ପର୍ଯ୍ୟନ୍ତ ଚାଲିବ |ସେହିଭଳି ଜୁଲାଇ ୨୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ |

Share

Leave a Reply

Your email address will not be published. Required fields are marked *

9 − 1 =