କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର()  ଓଡ଼ିଶାର ୪ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆସି ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ । ଦୁଇଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍‌ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଗସ୍ତ କରି କ୍ଷୟକ୍ଷତି ଦେଖିବେ ।

ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସୁଥିବା ଏହି ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍‌ ଆଜି ସକାଳେ ୯ଟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଟିମ୍‌ରେ କୃଷି, ଜଳ ସମ୍ପଦ, ସଡ଼କ ପରିବହନ, ଗ୍ରାମ୍ୟ ଉନ୍ନୟନ ଏବଂ ଅର୍ଥ ମନ୍ତ୍ରଣାଳୟ ସଦସ୍ୟ ଅଛନ୍ତି ।

ଏହି ଟିମ୍‌ ୪ ଜିଲ୍ଲା ଗସ୍ତ କରିବା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ଟିମ୍‌ ସହ ବୈଠକ ହେବ । ଏଥିରେ ରାଜ୍ୟ କୃଷି ବିଭାଗ, ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

Share

Leave a Reply

Your email address will not be published. Required fields are marked *

5 × 5 =