ରଥଯାତ୍ରା ନିଷ୍ପତ୍ତିରୁ ଓହରିଲା ‘ଇସ୍କନ’

ଲୁଧିଆନା ସ୍ଥିତ ଇସ୍କନ ମନ୍ଦିର ନଭେମ୍ବର ମାସରେ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।ଏହା ବିରୋଧରେ ପୁରୀ ଓ ରାଉରକେଲାରେ ମାମଲା ଦାୟର ହୋଇଛି । ଇସ୍କନର ଏପରି ଅଦିନିଆ ରଥଯାତ୍ରା ଆୟୋଜନକୁ ତୀବ୍ର ବିରୋଧ କରାଯାଇଥିଲା। ଯେଉଁଥିପାଇଁ ଅଦିନିଆ ରଥଯାତ୍ରା ଆୟୋଜନରୁ ଓହରିଛି ଇସ୍କନ।ଶ୍ରୀକ୍ଷେତ୍ର ପରି ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ ହେବ ବୋଲି ଇସ୍କନର ଭୁବନେଶ୍ୱର ଆଞ୍ଚଳିକ ସଂପାଦକ ବନମାଳି ଦାସ କହିଛନ୍ତି।

କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ତେବେ ଇସ୍କନ୍ର ଏହି ଅଦିନିଆ ରଥଯାତ୍ରା ସଂସ୍କୃତି ବିରୋଧୀ ବୋଲି ଅଭିଯୋଗ ହୋଇଥିଲା । ।

Share

Leave a Reply

Your email address will not be published. Required fields are marked *

5 + 4 =