ଭିଜିଲାନ୍ସକୁ ଚ୍ୟାଲେଞ୍ଜ ଦେଲେ ପତ୍ନୀ

ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି ।ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି କରିଥିବା ବେଳେ ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ ଭିଜିଲାନ୍ସକୁ ଚାଲେଞ୍ଜ କରିଛନ୍ତି । ବାଇଶ ଘଣ୍ଟା ଢରି ଭିଜିଲାନ୍ସ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ର ଓ ତାଙ୍କ ଘର ସଂପର୍କୀୟଙ୍କ ଘର ରେଡ୍ କରିବା ପରେ 22 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ।
ଭିଜିଲାନ୍ସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏଏସପିଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ କହିଛନ୍ତି, କୌଣସି ଗୋଟିଏ ପ୍ରମାଣ ଭିଜିଲାନ୍ସ ଦେଉ । ଭିଜିଲାନ୍ସ ବିରୋଧରେ ସେ କୋର୍ଟ ଯିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭିଜିଲାନ୍ସ ତ୍ରିନାଥଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ।

Share

Leave a Reply

Your email address will not be published. Required fields are marked *

2 × 4 =