ଆଜିଠୁ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍, କୋଲକାତାରେ ଖେଳାଯିବ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-୨୦ ସିରିଜ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଆଜି ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ ଏହି ମ୍ୟାଚ । ଏଥର ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ ଅନୁଷ୍ଠିତ ହେବ । ୭୫ ପ୍ରତିଶତ ଦର୍ଶକରେ ଖେଳ ହେବ ବୋଲି ପଶ୍ଚିମବଙ୍ଗ କ୍ରିକେଟ୍ ସଂଘ ଅନୁମତି ଦେଇଛି । ଦିନିକିଆ ସିରିଜକୁ କ୍ଲିନ୍ ସୁଇପ ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ଅଛି । ଏଣୁ ପ୍ରଥମରୁ ମ୍ୟାଚ୍ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଦଳ ପଡ଼ିଆକୁ ଓହ୍ଲାଇବ । ତେବେ ଉପ ଅଧିନାୟକ କେଏଲ ରାହୁଲ ଏବଂ ବାମହାତୀ ଅଫ ସ୍ପିନର ଅକ୍ଷର ପଟେଲ୍ ସିରିଜ ବାଦ୍ ପଡିଛନ୍ତି । ରାହୁଲଙ୍କ ସ୍ଥାନରେ ଋତୁରାଜ ଗାଏକଓ୍ଵାଡ ଏବଂ ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଦୀର୍ଘଦିନ ପରେ ଦର୍ଶକଙ୍କ ଉପସ୍ଥିତିରେ ଖେଳ ହେଉଥିବାରୁ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ରହିବ ।

Share

Leave a Reply

Your email address will not be published. Required fields are marked *

sixteen − thirteen =