ଦେଶରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି

ଦେଶରେ ୮ ହଜାରର ନିକଟତର ହେଲାଣି କରୋନା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଆଡକୁ ମୁହାଁଉଛି । ଗତ ୨୪ ଘଂଟାରେ ୯୯୮୫ ନୂଆ ମାମଲା ଚିହ୍ନଟ ହେବା ସହ ୨୭୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୭୬ ହଜାର ୫୮୩କୁ ବୃଦ୍ଧି ହୋଇଛି । ସେହିପରି ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ୭୪୫ ରହିଛି ।ଏବେ ଦେଶରେ ୧ ଲକ୍ଷ ୩୩ ହଜାର ୬୩୨ ଜଣ ଆକ୍ଟିଭ୍ କେସ୍ ରହିଛି । ଦେଶରେ ମହାରାଷ୍ଟ୍ର ଓ ଦିଲ୍ଲୀ ସ୍ଥିତି ସବୁ କରୋନା ଆକ୍ରାନ୍ତ ରାଜ୍ୟ ଠାରୁ ସଙ୍ଗୀନ ରହିଛି ।

Share

Leave a Reply

Your email address will not be published. Required fields are marked *

1 × 3 =