ଆନ୍ଦୋଳନରୁ ହଟୁନାହାନ୍ତି ଓକିଲ

କଟକ—ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାକୁ ହାଇକୋର୍ଟ ଓକିଲ ସଂଘ ପ୍ରତ୍ୟାଖାନ କରିଛି । ଆନ୍ଦୋଳନ ରତ ଓକିଲମାନେ ତୁରନ୍ତ ଆନ୍ଦୋଳନରୁ ଓହରି ରାଜ୍ୟରେ ଯୋଗଦେବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ଆଜି କିନ୍ତୁ ଓକିଲ ମାନେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାକୁ ମାନିବା ପରିବର୍ତେ ଅଧିକ ଉଗ୍ର ହୋପଡିଛନ୍ତି ଏବଂ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି ଘୋଷଣା କରିଛନ୍ତି । ଆଜି ଆନ୍ଦୋଳନ ରତ ଓକିଲମାନେ ହାଇକୋର୍ଟ ଗେଟରେ ତାଲା ପକାଇଦେଇ କୋର୍ଟକୁ ଅଚଳ କରିଦେଇଛନ୍ତି । ସୁପ୍ରିମକୋର୍ଟ ଆନ୍ଦୋଳନ ରତ ଓକିଲ ମାନଙ୍କର ପକ୍ଷ ନଶୁଣି ଏଭଳି ଏକ ଏକତରଫା ନିର୍ଦ୍ଦେଶ ନାମା ଦେଇଥିବାରୁ ଓକିଲ ମାନେ ତାକୁ ଗ୍ରହଣ କରିନାହାନ୍ତି । ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ ମାରିବା ଘଟଣାରେ ମାସାଧିକ କାଳ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 + seventeen =