ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକ ଧରି ଖେଳୁଥିଲେ ଯୁବତୀ,ବନ୍ଧୁକରୁ ଫୁଟିଲା ଗୁଳି

ଭୁବନେଶ୍ୱର() ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ ଘଟଣା । ଗୁଳିମାଡ଼ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ ।

ଡିସିପି କହିଛନ୍ତି , ପୁରୁଷ ବନ୍ଧୁ ସହ ସୋନାଲି ବନ୍ଧୁକ ଧରି ଖେଳୁଥିଲେ ଆଉ ଏହିସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଥିଲା । ୨ ରାଉଣ୍ଡ ଗୁଳି କରି ସୋନାଲିଙ୍କ ଜଙ୍ଘରେ ବାଜିଥିଲା ଆଉ ସେଥିରେ ସୋନାଲି  ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଏହି ଗୁଳିମାଡ଼ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୁଲିସ । ଅଭିଯୁକ୍ତ ଆଶିଷ ନାୟକ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି । ତେବେ ଇନଫୋସିଟ୍ ଅଞ୍ଚଳସ୍ଥିତ ବଜରଙ୍ଗ ବିହାରରେ ଥିବା ଯୁବତୀଙ୍କ ଘରକୁ ଆସିଥିଲେ ଆଶିଷ । ଆଉ ଏହି ସମୟରେ ଉଭୟ ବନ୍ଧୁକ ଧରି ଖେଳୁଥିଲେ , ହେଲେ ହଠାତ୍ ଏଭଳି ଗୁଳିଫୁଟିଥିଲା ।

Share

Leave a Reply

Your email address will not be published. Required fields are marked *

twelve + sixteen =