ଭ୍ରାମ୍ୟମାଣ ଗାଡିରେ ଦେହ ବେପାର

ଭୁବନେଶ୍ୱର (): ମୋବାଇଲ ଭ୍ୟାନରେ ଦେହବେପାର । ଗରାଖଙ୍କ ଚାହିଦା ଅନୁଯାୟୀ ପାଖରେ ପହଞ୍ଚୁଛି ଗାଡି । ଯାହାର ଯାହା ଦରକାର ଅତି ସୁରୁଖୁରୁରେ ମିଳିଯାଉଛି । ଆପଣଙ୍କୁ କେଉଁଠିକୁ ଯିବାକୁ ପଡିବନି, ଆପଣଙ୍କ ସେବାରେ ସଦାସର୍ବଦା କାର୍ଯ୍ୟରତ ଏହି ଭ୍ୟାନ୍ । ମନ ମୁତାବକ ସେବା ଦେବାଠାରୁ ଆରମ୍ଭ କରି, ରହଣି ବ୍ୟବସ୍ଥା, କେଉଁଥିରେ ଆପଣଙ୍କର ଅସୁବିଧା ହେବନାହିଁ । ୨୫୦୦ରୁ ଆରମ୍ଭ କରି ୮୦୦୦ ପର୍ଯ୍ୟନ୍ତ ଦାମରେ ଏହି ସେବା ଉପଲବ୍ଧ । ତେବେ କ’ଣ ଏହି ମୋବାଇଲ ଭ୍ୟାନ? କ’ଣ ଏହାର କାମ? କିଭଳି ମିଳିବ ସୁବିଧା? ପୋଲିସ୍ ଭୟ ନାହିଁ ତ? ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ନିଜେ ସାଜିଥିଲୁ ଗରାଖ ଓ ଜାଣିବାକୁ ପାଇଥିଲୁ ଦେହବେପାର ସମ୍ପର୍କିତ କିଛି ଗହନ କଥା ।

ରବିବାର ରାତି ପ୍ରାୟ ୯ଟା । ଫେସବୁକ୍ରୁ ଏସକର୍ଟ ସର୍ଭିସ ସର୍ଚ୍ଚ କରିବା ପରେ ଆମେ ବହୁଗୁଡିଏ ଟେଲିଫୋନ୍ ନମ୍ବର ପାଇଥିଲୁ । ସେଥିମଧ୍ୟରୁ ଏହି ନମ୍ବର (୮୫୯୮୯୫୨୨୧୩)ରେ ଆମେ ଯୋଗାଯୋଗ କରିଥିଲୁ । ଯୋଗାଯୋଗ କରିବା ମାତ୍ରେ ଜଣେ ଯୁବତୀ ଫୋନ୍ ରିସିଭ୍ କରିଥିଲେ । ଆମ ସମ୍ପର୍କରେ ସମ୍ପୂର୍ଣ୍ଣ ବୁଝିବା ପରେ ଯୁବତୀଙ୍କ ରେଟ୍ ଆମକୁ କହିଥିଲେ । ସଟ୍କୁ ୨୫ଶହ ଓ ରାତିକୁ ୮ହଜାର ଦାମରେ ୫ଜଣ ଯୁବତୀ ଥିବା ସେ କହିଥିଲେ । କିଛି ସମୟ ଭିତରେ କଥା ମୁତାବକ ଏକ ନମ୍ବର ବିହୀନ କଳା କାଚ ଲାଗିଥିବା ଇନୋଭା ଗାଡି ଭୁବନେଶ୍ୱର କ୍ଲବ ସମ୍ମୁଖରେ ପହଞ୍ଚିଥିଲା । ଗାଡିରେ ଥିଲେ ୫ଜଣ ଯୁବତୀ ଓ ଜଣେ ଦଲାଲ । ପଛେ ପଛେ ଥିଲା ଆଉ ଏକ ମାରୁତି କାର । କୌଣସି ପ୍ରକାର ସୁବିଧା ଅସୁବିଧା କାରଣରୁ ପଛ ଗାଡିଟି ଆଗ ଗାଡିକୁ ସୁରକ୍ଷା ଦେବା ପାଇଁ ଫଲୋ କରୁଥିବା ଆମେ ଜାଣିବାକୁ ପାଇଥିଲୁ ।

ଭୁବନେଶ୍ୱର, ପୁରୀର ଅଧିକାଂଶ ହୋଟେଲ ମାନଙ୍କ ସହ ସେମାନଙ୍କ ସମ୍ପର୍କ ଥିବାରୁ କୌଣସି ଅସୁବିଧା ହେବନାହିଁ ବୋଲି ଦଲାଲ ଜଣଙ୍କ ବେଶ ଦମ୍ଭର ସହ କହିଥିଲେ । ପୋଲିସ୍ କଥା ପଚାରିବାରୁ ଠୋ ଠୋ ହୋଇ ହସିଥିଲେ । ପୋଲିସ୍ ତ ମାସିକିଆ ବଟି ନଉଛି, ଚଢ଼ାଉ କ’ଣ ପାଇଁ ହେବ ବୋଲି ସେ ଓଲଟା ଆମକୁ ପ୍ରଶ୍ନ କରିଥିଲେ । ଥାନାଠୁ ଆରମ୍ଭ କରି କୁଇକ୍ ଆକ୍ସନ ଟିମ୍ ଯାଏଁ ସବୁଠି ଭୋଗ ଲାଗୁଛି ବୋଲି କହିଥିଲେ ଏହି କରିତକର୍ମା ଜଣକ । ତେବେ ଆମକୁ କୌଣସି ଯୁବତୀ ପସନ୍ଦ ହେଉନାହାନ୍ତି ବୋଲି କହି ବେଶ ସତର୍କତାର ସହ ଆମେ ସେଠାରୁ ଚାଲି ଆସିଥିଲୁ ।

ସୂଚନାଯୋଗ୍ୟ ଏହିଭଳି ଭାବେ ଭୁବନେଶ୍ୱରରେ ଗଳିକନ୍ଦିରେ ଦେହବେପାର ଚାଲୁଛି । ସ୍ମାର୍ଟସିଟି ହେବା ପୂର୍ବରୁ ଏହା ସେକ୍ସସିଟିରେ ପହଞ୍ôଚଛି । ଗାଡି ପଛ ସିଟ୍ରୁ ଆରମ୍ଭ କରି ପଞ୍ଚତାରକା ହୋଟେଲର ପଲଙ୍କ ଯାଏଁ ସବୁଠି ଜମୁଛି ଦେହର ଆସର । କିନ୍ତୁ ବଡମ୍ବନାର ବିଷୟ ସବୁ ଜାଣି ଆଖିରେ ଅନ୍ଧପୁଟୁଳା ବାନ୍ଧିଦେଇଛି କମିଶନରେଟ ପୋଲିସ୍ । କିଛି ଅପାରଗ, ଲାଞ୍ଚଖୋର ଅଫିସର ମୋଟା ଅଙ୍କର ଅର୍ଥ ନେଇ ଦେହବେପାରୀଙ୍କୁ ସହଯୋଗ କରୁଛନ୍ତି । ଯେଉଁଥିପାଇଁ କେଶୁରା, ପଟିଆ, ରଙ୍ଗମାଟିଆ, କଳିଙ୍ଗନଗର ପରି ଉପକଣ୍ଠ ଅଞ୍ଚଳରେ ଘରୋଇ ଲୋକ କମ୍, ଏହି ଧନ୍ଦା କରୁଥିବା ଯୁବତୀ ଅଧିକ ରହୁଛନ୍ତି ।

ପୂର୍ବରୁ କୁଇକ୍ ଆକ୍ସନ ଟିମ୍ ଏହିସବୁ ସ୍ଥାନ ମାନଙ୍କରେ ମାରାଥନ ଚଢ଼ାଉ କରି ନିଦ ହଜାଇ ଦେଇଥିବା ବେଳେ ଏବେର କ୍ୟୁଏଟି ମୁଖିଆ ୧୦ ଗ୍ରାମ ବ୍ରାଉନସୁଗର ଜବତରେ ସୀମିତ ରହୁଥିବା ଖୋଦ କମିଶନରେଟ୍ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଣୁ ନିଜେ ପୋଲିସ୍ କମିଶନର ଏ ଦିଗରେ ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

Share

Leave a Reply

Your email address will not be published. Required fields are marked *

two × 4 =