ପୁରୀରେ ଜମି ଅଧିଗ୍ରହଣ ପାଇଁ 40 କୋଟି ମଂଜୁର

ପୁରୀ: ପୁରୀ ପାଇଁ 40 କୋଟି ଟଙ୍କା ମଞ୍ଜୁର । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ଯୋଜନା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସେପଟେ ଜମି ଅଧିଗ୍ରହଣ ବିଜ୍ଞପ୍ତିର ମାସେ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ସର୍ଭେ ବେଳେ ଏହି ପରିବାରଙ୍କ ଘରକୁ ଅଗ୍ରାଧିକାର ଭିତ୍ତିରେ ସର୍ଭେ କରାଯାଉଛି । ଅଧିଗ୍ରହଣର ଏକ ମାସ ମଧ୍ୟରେ ଜମି ହସ୍ତାନ୍ତର କରିବାକୁ ଚାହୁଁଥିବା ଲୋକଙ୍କୁ ଶତକଡା 10 ଭାଗ ଅଧିକ ସହାୟତା ମିଳିବ । ତେଣୁ ଜମି ଅଧିଗ୍ରହଣ ଏବଂ ପୁନର୍ବାସ ନିମନ୍ତେ ରାଜ୍ୟ ସରକାର 40 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସୂଚନା ମିଳିଛି ।

ଶ୍ରୀମନ୍ଦିର ସୁରକ୍ଷା ଜୋନର 75 ମିଟର ଭିତରେ ସର୍ଭେ ଚାଲିଛି । 5 ଟି ମୌଜାର 15 ଏକର ଜମି ଅଧିଗ୍ରହଣ ନେଇ ସାମାଜିକ ସର୍ଭେ କରାଯାଉଛି । 5 ଟିମ ଏହି କାର୍ଯ୍ୟରେ ଲାଗିଛି । ତେବେ ଅନେକ ଲୋକ ଜାଗା ଦେବା ନେଇ ଆଗକୁ ଆସିଥିବାବେଳେ ଅଧିଗ୍ରହଣ ନେଇ ସମସ୍ୟା ରହିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 15 =