ଅକ୍ଟୋବରରେ ରକ୍ତ ସଂଗ୍ରହରେ ରେକର୍ଡ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡିଶା ମୋ ପରିବାର ପକ୍ଷରୁ ଅକ୍ଟୋବର ମାସରେ କେବଳ ୧୧ ହଜାର ୫୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କୋଭିଡ ସଂକ୍ରମିତଙ୍କ ପାଇଁ ଦଳର ଏହି ସାମାଜିକ ୱିଙ୍ଗ ବିଭିନ୍ନ ସ୍ଥାନରେ ସଫଳତାର ସହ ରକ୍ତଦାନ ଶିବିରର ଆୟୋଜନ କରୁଛି ।

କରୋନା ସଂକ୍ରମଣ ସମୟରେ ଗୁରୁତ୍ତର ଓ ବୟସ୍କଙ୍କ ପାଇଁ ରକ୍ତର ଆବଶ୍ୟକତା ପଡିଥାଏ । ତେଣୁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଓଡିଶା ମୋ ପରିବାରକୁ ସାଧାରଣ ଲୋକଙ୍କ ସ୍ବାର୍ଥ୍ୟ ସହ ସାଲିସ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶ ଅନୁଯାୟୀ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର କରି ୧୧ହଜାର ୫୩୧ ୟୁନିଟ ରକ୍ତ ସଂଗ୍ରହ କରିଛି । ସବୁ ରକ୍ତାଦାତାଙ୍କୁ ସମ୍ମାନିତ କରିବାକୁ ସହ ଏଭଳି ଘଡିଷନ୍ଧି ସମୟରେ ସେମାନଙ୍କ ସହଯୋଗ ପାଇଁ ଓଡିଶା ମୋ ପରିବାର କୃତଜ୍ଞତା ଜଣାଇଛି । ରକ୍ତ ସଂଗ୍ରହ ସହ ଗରିବଗୁରୁବାଙ୍କୁ ମାଗଣା ଖାଦ୍ୟ ଓ ରହିବାର ବ୍ୟବସ୍ଥା କରିଛି ଓଡିଶା ମୋ ପରିବାର ।

Share

Leave a Reply

Your email address will not be published. Required fields are marked *

five × 1 =