ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା

ଭୁବନେଶ୍ୱର: ଆଜି ସମଗ୍ର ରାଜ୍ୟରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଚଳିତବର୍ଷ କରନା କଟକଣା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ନିୟମକୁ ପାଳନ କରି ସମସ୍ତ ପୂଜାମଣ୍ଡପ ପୂଜା ଜାରି ରଖିଛନ୍ତି।
ଲକ୍ଷ୍ମୀପୂରାଣ ବର୍ଣ୍ଣିନା ଅନୁସାରେ ସତ୍ୟଯୁଗରେ ଦେବତା ଓ ଦାନବମାନେ ସମୁଦ୍ର ମନ୍ଥନ କରିଥିଲେ। ସମୁଦ୍ର ସମସ୍ତ ରତ୍ନର ଭଣ୍ଡାର। ତେଣୁ ସମୁଦ୍ରକୁ ରତ୍ନାକର କୁହାଯାଏ । କାରଣ ଏହା ସମସ୍ତ ପ୍ରକାର ରତ୍ନକୁ ନିଜ ବକ୍ଷରେ ଧାରଣ କରିଥାଏ। ସମୁଦ୍ର ମନ୍ଥନରୁ ଅନେକ ଦୁର୍ମୂଲ୍ୟ ଦ୍ରବ୍ୟ ପ୍ରାପ୍ତ ହୋଇଥିଲା। ସେହି ମନ୍ଥନରୁ ଆଦ୍ୟାଶକ୍ତି ଜଗତଜନନୀ ଲକ୍ଷ୍ମୀ ଆର୍ବିର୍ଭୁତା ହୋଇଥିଲେ। ଗଜଲକ୍ଷ୍ମୀ ହେଉଛନ୍ତି ଜଳାଧିପତି ବରୁଣଙ୍କ କନ୍ୟା । ଲକ୍ଷ୍ମୀଙ୍କ ଆବିର୍ଭାଭାବ ହେତୁ ତାଙ୍କର ଅନ୍ୟନାମ କୁମାର ଲକ୍ଷ୍ମୀ। ଭଗବାନ ବିଷ୍ଣୁଙ୍କର ପାଣିଗ୍ରହଣ ପରେ ମହାଲକ୍ଷ୍ମୀ ତ୍ରୀପୁରରେ ବିଜିତା ହେଲେ। ବିଷ୍ଣୁଙ୍କ ଗୃହିଣୀ ହେତୁ ମାଆଙ୍କ ଉଭୟ ପାର୍ଶ୍ୱରେ ୨ଟି ଗଜହସ୍ତି ଜଳାଭିଷେକ ମୁଦ୍ରାରେ ଦଣ୍ଡାୟମାନ ରହିଥିବାରୁ ମାଆଙ୍କୁ ଗଜଲକ୍ଷ୍ମୀଭାବେ ଆରାଧନା କରାଯାଏ । ଶତଦଳ ପ୍ରସ୍ଫୁଟିତ ପଦ୍ମ ଉପରେ ଅଭୟ ବରଦା ମୁଦ୍ରାରେ ଶୋଭିତା ମାଆ ଗଜଲକ୍ଷ୍ମୀ । କେବଳ ହିନ୍ଦୁ ଧର୍ମ ନୁହେଁ ବୌଦ୍ଧ ଧର୍ମରେ ମଧ୍ୟ ଗଜଲକ୍ଷ୍ମୀଙ୍କୁ ଉପାସନା ପ୍ରଚଳିତ ରହିଛି । ମା’ଲକ୍ଷ୍ମୀ ହେଉଛନ୍ତି ଧନଦା ଏବଂ ସୁଖଦା। ଵିଷ୍ଣୁଙ୍କ ଗୃହିଣୀ ହେତୁ ସିଏ ସମଗ୍ର ଜଗତର ଅନ୍ନଦାତ୍ରୀ। ଆଜିର ଏ ପବିତ୍ର ଦିବସରେ ମାଆ ସମୁଦ୍ରରୁ ଅବିର୍ଭୁତ ହୋଇଥିବାରୁ ସ୍ଥାନେ ସ୍ଥାନେ ତାଙ୍କର ସ୍ୱତନ୍ତ୍ର ପୂଜା ଆୟୋଜିତ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

16 − six =