ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର

ନିଜକୁ ଡାକ୍ତର ର ପରିଚୟ ଦେଇ ୧୭ ଯୁବତୀଙ୍କୁ ବାହା ହୋଇଥିବା ନକଲି ଡାକ୍ତର ମାଟ୍ରିକ ପାସ୍ କରିନାହାଁନ୍ତି । ତାଙ୍କ ସମ୍ପର୍କୀୟମାନେ ଏଭଳି ଅଭିଯୋଗ କରିଛନ୍ତି । ଅଭିଯୋଗ ସମ୍ପର୍କରେ ପୋଲିସ ଯାଞ୍ଚ କରିବ ବୋଲି ଡିସିପି କହିଛନ୍ତି । କଟକ ଓ ବଡମ୍ବାରେ ଏହି ନକଲି ଡାକ୍ତରଙ୍କର ଦୁଇଟି କ୍ଲିନିକ୍ ରହିଛି ବୋଲି ଜଣାପଡିଛି । ତେବେ କ୍ଲିନିକ୍ ରେ କାମ କରୁଥିବା କର୍ମଚାରୀଙ୍କୁ ଦୀର୍ଘ ମାସ ଧରି ସେ ଦରମା ଦେଇନାହାଁନ୍ତି । ନକଲି ଡାକ୍ତର ଜଣକ ଜଣେ ଡାକ୍ତରଙ୍କ ପୁଅକୁ ଏମବିବିଏସ ସିଟ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇ ୬୦ ହଜାର ଟଙ୍କା ଠକି ନେଇଛନ୍ତି । ପାତ୍ରପଡାରେ ତାଙ୍କର ଏକ ଘର ଠାବ କରାଯାଇଛି ।ପୋଲିସ ଏକ ଟିମ୍ ଗଠନ କରି ନକଲି ଡାକ୍ତରଙ୍କ ସମ୍ପର୍କରେ ତଦନ୍ତ ଜାରି ରଖିଛି । ୧୭ ଜଣଙ୍କୁ ବିବାହ କରିବା ପରେ ପୁଣି ବାହା ହେବା ପାଇଁ ସେ ଯୋଜନା କରୁଥିଲେ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ।

Share

Leave a Reply

Your email address will not be published. Required fields are marked *

two × two =