ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୯ ତାରିଖରେ ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଥିବା ବେଳେ ଏବେ ପୁଣି ଥରେ ତାଙ୍କ ରହଣୀସ୍ଥଳକୁ ନେଇ ସାମାନ୍ୟ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ରାଜଭବନ ପରିବର୍ତ୍ତେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ପୂର୍ବରୁ ରାଜଭବନରେ ରହିବା ନେଇ ସ୍ଥିର ହୋଇଥିଲା । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସାଙ୍ଗରେ ଅଧିକ ଅତିଥି ଆସୁଥିବାରୁ ରାଷ୍ଟ୍ରପତିଙ୍କ ରହଣିସ୍ଥଳ ପରିବର୍ତ୍ତନ ହୋଇଛି । ୧୯ ତାରିଖରେ ପୁରୀରେ ପହଁଚିବା ପରେ ପ୍ରଥମେ ରାଜଭବନ ଓ ତାପରେ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ୨୦ ତାରିଖ ସକାଳ ୧୦ଟା ୩୫ମିନିଟରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବେ।

Share

Leave a Reply

Your email address will not be published. Required fields are marked *

1 × two =