ଦିଲ୍ଲୀ ପରେ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର () ଦିଲ୍ଲୀ ପରେ ଏବେ ରାଜ୍ୟରେ ବଢିଛି ପ୍ରଦୂଷଣ ଚିନ୍ତା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସବୁଠୁ ଅଧିକ ପ୍ରଦୂଷିତ। ତେଣୁ ରାଜ୍ୟବାସୀଙ୍କୁ ସଚେତନ କରାଯିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଚିବ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହରରେ ରାଜଧାନୀ ଭୁବନେଶ୍ୱର । ଅଙ୍ଗାରକାମ୍ଲର ପ୍ରଭାବ ବଢୁଥିବାରୁ ଏବେ ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ର । କଳକାରଖାନାର ଦୂଷିତ ଧୂଆଁ , ସଫେଇ ନ କରିବା ଏବେ ରାଜ୍ୟରେ ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି ।

ରାଜ୍ୟରେ ପ୍ରଦୂଷଣ କମ କରାଇବା ପାଇଁ ଆଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସଦସ୍ୟଙ୍କ ଏକ ପରିବେଶ ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆଲୋଚନା ହୋଇଛି । ଏହି ବୈଠକରେ ବାଚସ୍ପତି ସୂର୍ୟ୍ୟ ପାତ୍ର, ପ୍ରଦୂଷଣ ବୋର୍ଡ଼ ସଚିବ ଦେବୀଦତ୍ତ ଓ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

one + 1 =