ଚାଷୀଙ୍କ ପାଇଁ ଓୟୁଏଟି ପକ୍ଷରୁ ଜାରି ହେବ ଆଡଭାଇଜରୀ: ଅରୁଣ

ଭୁବନେଶ୍ୱର() ବାତ୍ୟା, ବର୍ଷାକୁ ନେଇ ଚାଷିଙ୍କ ପାଇଁ ଆଡଭାଇଜରୀ ଜାରି କରାଯିବ । ବାତ୍ୟାର ଦିଗ କେଉଁ ଆଡ଼େ ରହିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବା ପୂର୍ବରୁ ଚାଷୀଙ୍କୁ ସତର୍କ ରହିବା ଆଡଭାଇଜରୀ ଜାରି କରିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁ ଓୟୁଏଟିକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଅବପାତର ରୂପ ଧାରଣ କରିଛି । ଏହା ପାରାଦ୍ୱୀପଠାରୁ ୯୫୦ କିମି ଦୂରରେ ଦକ୍ଷିଣ ଓ ଦକ୍ଷିଣ ପୂର୍ବରେ ରହିଛି । ତେଣୁ ଆସନ୍ତା ୭ ତାରିଖ ଠାରୁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି । ତେଣୁ ଚାଷୀଙ୍କ ପାଇଁ ମଧ୍ୟ ସତର୍କ ରହିବାକୁ ଆଡଭାଇଜରୀ ଜାରି କରାଯିବ ।

ବିଶେଷ କରି ଚାଷୀଙ୍କୁ ୩ଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେବାକୁ ଓୟୁଏଟିକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ପାଚିଲା ଧାନକୁ ତୁରନ୍ତ କାଟି ଆଣିବା ପାଇଁ ପରାମର୍ଶ ଦିଆଯିବ । ସେହିପରି ବିଲରୁ ପାଣି ନିଷ୍କାସନ ଓ ରୋଗ ପୋକ ନିୟନ୍ତ୍ରଣ ପାଇଁ ପରାମର୍ଶ ମଧ୍ୟ ଜାରି କରାଯିବ ।

Share

Leave a Reply

Your email address will not be published. Required fields are marked *

five × 5 =