ଧରାପୃଷ୍ଠରୁ ବିଦାୟ ନେଲେ ମା

ହୈ ଗିରି ନନ୍ଦିନୀ ନନ୍ଦିତ ମେଦିନି ନନ୍ଦନୁତେ

ଗିରିବର ବିନ୍ଧ୍ୟ ଶିରୋଧୀନୀବସିନୀ ନନ୍ଦନୁତେ

ଭୁବନେଶ୍ବର () : ଯେତିକି ଧୁମଧାମରେ ଆରମ୍ଭ ହୋଇଥିଲା ମା ଦୁର୍ଗାଙ୍କ ଧରାବତରଣ, ସେତିକି ଉତ୍ସାହ ଓ ଉଦ୍ଦୀପନାରେ ମାଙ୍କୁ ବିଦାୟ ଦେଇଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ଦେବୀ ପୀଠରେ ନବଦିନାଙ୍କ ପୂଜା କରାଯାଇଥିବା ବେଳେ ମଣ୍ଡପରେ ଷଷ୍ଠରୁ ଆରମ୍ଭ ହୋଇଥିଲା ପୂଜା । ନାରୀ ଶକ୍ତିର ପ୍ରତୀକ ଭାବେ ମାଙ୍କ ପୂଜାର୍ଚନା କରାଯାଇଥିଲା ।

ଭସାଣୀ ଉତ୍ସବ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସହରରେ ୩୦ ପ୍ଲାଟୁନ୍ ଫୋର୍ସ ସହ ୨ଶହ ଅଫିସର ମୁତୟନ ହୋଇଥିଲେ । ବିଶେଷ କରି ଭସାଣ ସମୟରେ ବିଭିନ୍ନ ସାହିରୁ ମେଢ ଯିବା ସମୟରେ ସାଧାରଣ ଲୋକେ ଯେଭଳି ଟ୍ରାଫିକ୍ ସମସ୍ୟା ସମ୍ମୁଖୀନ ନହେବେ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା । ରାଜଧାନୀରେ ଭସାଣ ପର୍ବ ପାଇଁ ତିନୋଟି ଜୋନ୍ କରାଯାଇଥିଲା । ନୟାପଲ୍ଲୀ, ସହିଦ ନଗର ଓ ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ପାଖରେ ବିଭିନ୍ନ ସ୍ଥାନରୁ ମେଢ ଆସି ଏକତ୍ରିତ ହୋଇଥିଲେ । ଏହାପରେ ସମସ୍ତ ମେଢ ବାଣୀବିହାର ରାସ୍ତାରେ ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲେ ।

କଟକରେ ମଧ୍ୟ ଆଜି ଭସାଣ ଉତ୍ସବ ହୋଇଛି । ଏଥିପାଇଁ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ସହ ମୁତୟନ ହେବାସହ ୩୫୦ ଅଫିସର ନିୟୋଜିତ ହୋଇଥିଲେ । ଏହାଛଡ଼ା ୩ ପ୍ଲାଟୁନ୍ ସିଆରପିଏଫ, ଏସଓଜି ଓ ଓଡ୍ରାଫ୍ ଟିମ୍ ମଧ୍ୟ ରହିଥିଲେ । ଦିନ ପ୍ରାୟ ୨ଟା ଆରମ୍ଭ ହୋଇଥିଲା ଭସାଣ ଉତ୍ସବ । ବକ୍ସିବଜାର ଠାରୁ ଦେବୀ ଗଡା ଯାଏଁ ସମ୍ପୂର୍ଣ୍ଣ ରାସ୍ତାକୁ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା । ରାତି ୧୨ଟା ପର୍ଯ୍ୟନ୍ତ ଡିଜେ ପାଇଁ ଅନୁମତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × five =