ଦୀପାବଳି ପାଇଁ ୧୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର() ଦୀପାବଳିକୁ ନେଇ ସବୁ ଖୁସି ଛଡ଼ାଇ ନେଇଛି କରୋନା । ପର୍ବ ଅଛି ହେଲେ ତାହାର ମହକ ଆଉ ନାହିଁ । କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ତେବେ ଦୀପାବଳିକୁ ନେଇ ପୂର୍ବରୁ ଏକ ଗାଇଡଲାଇନା ଜାରି କରାଯାଇଥିଲା । ରାସ୍ତାରେ ବାଣ ଫୁଟାଇବାକୁ ନେଇ ରୋକ ଲଗାଯାଇଥିବା ବେଳେ ରାସ୍ତା ଉପରେ ମଧ୍ୟ ଦୀପ ଦୋକାନକୁ ଖୋଲିବାକୁ ବାରଣ କରାଯାଇଥିଲା ।

ସେପଟେ ଆଜି ଦୀପାବଳି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦୀପ ବିକ୍ରି ଓ ବାଣ ଫୁଟେଇବାକୁ ମନା କରାଯାଇଛି । ଭୁବନେଶ୍ୱରବାସୀଙ୍କୁ କରୋନା କଟକଣାର ନିୟମ ମାନିବାକୁ ଡିସିପି ଅନୁରୋଧ କରିଛନ୍ତି । ନିୟମ ଉଲଙ୍ଘନ କଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ତେବେ ରାଜଧାନୀରେ ସୁରକ୍ଷା ଦୃଷ୍ଟିରୁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଲୋକଙ୍କୁ ଅନୁରୋଧ ଯେଉଁଠି ବାଣ ବିକ୍ରି ହେଉ ଅବା ବାଣ ଫୁଟାଉଥିଲେ ୧୦୦ କୁ ଫୋନ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

3 × 5 =