ଏଣିକି ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ

ଭୁବନେଶ୍ୱର() ସରକାରଙ୍କ ଅନୁମୋଦନ ପରେ ଲାଗୁ ହୋଇଛି ନୂଆ ଜେଲ୍ ମାନୁଆଲ । ସରକାରଙ୍କ ଅନୁମୋଦନ ପରେ ନୂଆ ଜେଲ ମାନୁଆଲ ଲାଗୁ ହୋଇଛି । ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ଏହି ମାନୁଆଲ । ନୂଆ ମାନୁଆଲରେ କଏଦୀଙ୍କ ସୁରକ୍ଷା ଓ ମାନବାଧିକାର ଉପରେ ଗୁରୁତ୍ୱ ଦିଆଯାଇଛି । ଜେଲରେ କଏଦୀଙ୍କ ଚିକିତ୍ସା ଓ ଜେଲ ପରିଚାଳନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସର୍କଲ ଜେଲରେ ହଜାରେ ଓ ଜିଲ୍ଲା ଜେଲରେ ୫୦୦ କଏଦୀ ରହିପାରିବେ । ସବ୍ ଜେଲରେ ୩୦୦ କଏଦୀଙ୍କ ରହିବା ନେଇ ମାନୁଆଲ ବ୍ୟବସ୍ଥା ହୋଇଛି । ପ୍ରତି ୬ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ । ଦୋଷୀ କଏଦୀଙ୍କୁ ମାସରେ ୨ ଥର ସାକ୍ଷାତକାର ଦେବାକୁ ଅନୁମତି ମିଳିବ । ପୂର୍ବରୁ ୧୯୪୨ର ଜେଲ ମାନୁଆଲକୁ ଅନୁସରଣ କରାଯାଉଥିଲା ।

Share

Leave a Reply

Your email address will not be published. Required fields are marked *

8 − three =