ରାତି ପାହିଲେ ଦୀପାବଳି,ବଜାରରେ ଲୋକଙ୍କ ଗହଳି

ଭୁବନେଶ୍ୱର() ରାତି ପାହିଲେ ଦୀପାବଳି । ଚିକମିକ ଆଲୋକ ସାଙ୍ଗକୁ ବାଣ ଫୁଟାଇବା ମଜାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ୨ଦିନର ଲଘୁଚାପ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଖିଲା ପାଗରେ ବାଣ ବଜାରରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳିଛି । ଦୋକନରେ ପାରମ୍ପାରିକ ଓ ଇଲେକ୍ଟ୍ରୋନିକ ବାଣ ମିଳୁଛି । ଦୀପ ସହ ବିଭିନ୍ନ ରଙ୍ଗର ଲାଇଟ ଓ ରକମ ରକମର ବାଣର ମଜା ଖୁବ ନିଆରା । ଚଳିତ ବର୍ଷ ବାଣ ଦର ପୂର୍ବ ବର୍ଷ ଅପେକ୍ଷା ଅଧିକା ରହିଥିଲେ ମଧ୍ୟ ଲୋକମାନେ ଭିଡ଼ ଲଗାଇଛନ୍ତି ।

ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାଣ ବ୍ୟବସାୟୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟ ଜାରି ହୋଇଛି । ଖାଲି ଥିବା ପଡ଼ିବା କିମ୍ବା ଅନ୍ୟ ସ୍ଥାନରେ ଲାଇସେନ୍ସ ଥିବା ବାଣ ବ୍ୟବସାୟୀ ଦୋକାନ କରିଛନ୍ତି । ଏହା ସହ ସନ୍ଧ୍ୟା ୮ରୁ ୧୦ ମଧ୍ୟରେ ସମୟରେ ବାଣ ଫୁଟାଇବା ନେଇ ମଧ୍ୟ ସାଧାରଣ ଲୋକଙ୍କୁ ପରାମର୍ଶ ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nine − 5 =