ଆସନ୍ତାକାଲି ବିଜେପିକୁ ବାଏ ବାଏ କହିବେ ବିଜୟ, ଦିଲ୍ଲୀପ

ଭୁବନେଶ୍ବର () ଆସନ୍ତାକାଲି  ବିଜେପିକୁ ଅଲବିଦା କହିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଦଳରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ସେପଟେ ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ପୂର୍ବରୁ ଏନେଇ ସୂଚନା ଦେଇଥିଲ । ଏହି ଦୁଇ ନେତା ଆସନ୍ତାକାଲି ବିଧିବଦ୍ଧ ଭାବେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ରାଉରକେଲାରେ ବ୍ରାହ୍ମଣୀନଦୀ ଉପରେ ଦ୍ବିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶିଆଲିଟି ହସ୍ପିଟାଲରେ ରୂପାନ୍ତରିତ କରିବା ନେଇ ସେ ବାରମ୍ବାର ଦାବି କରୁଥିଲେ ବି ପ୍ରଧାନମନ୍ତ୍ରୀ ତାଙ୍କ ଦାବି ଶୁଣୁନାହଁନ୍ତି । ନିଜେ ପ୍ରଧାନମନ୍ତ୍ରୀ ରାଉଲକେଲା ଗସ୍ତ ସମୟରେ ଏହି ଦାବି ପୂରଣର ଘୋଷଣା କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ସେ ଦଳ ଛାଡୁଛନ୍ତି।

ସେହିପରି ବିଜୟ ମହାପାତ୍ର ମଧ୍ୟ ଦଳର କାର୍ଯ୍ୟକାଳାପ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବେ । ସେ 2013ରେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ପରେ ଦିଲ୍ଲୀପ ରାୟ ମଧ୍ୟ ବିଜେପିରେ ମିଶିଥିଲେ । କିନ୍ତୁ ଦଳରେ ଏହି ଦୁଇ ଅନୁଭବୀ ନେତାଙ୍କୁ ଗତ ପ୍ରାୟ ଦୁଇ ବର୍ଷ ହେଲା ଅଣଦେଖା କରାଯାଉଛି । ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ଓ କାର୍ଯ୍ୟକ୍ରମରେ ମଧ୍ୟ ଏହି ଦୁଇ ନେତା ଯୋଗ ଦେଉନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =