ବ୍ରଜପାତ୍ରରେ ୩ ଜଣଙ୍କ  ମୃତ୍ୟୁ

ବଲାଙ୍ଗିର()  ବ୍ରଜପାତ୍ରରେ ୩ ଜଣଙ୍କ  ମୃତ୍ୟୁ ହୋଇଛି । ମୃତକ ସମସ୍ତେ ମହିଳା ବୋଲି ଜଣାଯାଇଛି ।  ସେମାନଙ୍କ  ମଧ୍ୟରୁ ଜଣେ ଘଟଣାସ୍ଥଳରେ  ମୃତ୍ୟୁବରଣ କରିଥିବାବେଳେ ବାକି ୨ ଜଣଙ୍କ ମେଡିକାଲରେ  ମୃତ୍ୟୁ ହୋଇଛି ।  ବଲାଙ୍ଗିର ଜିଲ୍ଲା ବଡ଼ତେଲେନପାଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ପ୍ରକାଶ ଯେ, ଉକ୍ତ ଅଞ୍ଚଳର କିଛି ଗ୍ରାମବାସୀ  ବିଲକୁ ଚାଷ କରିବାକୁ ଯାଇଥିଲେ । ଏହି ସମୟରେ ହଠାତ କଳାହାଣ୍ଡିଆ ମେଘ ମାଡ଼ିଆସିଥିଲା ।  ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା । ଏହି ବଜ୍ରପାତରେ   ୩ ଜଣ ମହିଳାଙ୍କ ମୃତୁ୍ୟ ହୋଇଥିବାବେଳେ ସେଠାରେ ଉପସ୍ଥିତ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve − 10 =