ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ

 ଭୁବନେଶ୍ୱର() ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ । କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି । ଆସନ୍ତାକାଲି ଆଇଜିଏଚ ରାଉଲକେଲାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବ । ସପ୍ତାହକ ମଧ୍ୟରେ ଏମକେସିଜି ଓ ଭିମସାର ବୁର୍ଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ଏଥିସହିତ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଆହ୍ବାନ ଦେଇଛନ୍ତି ।

କରୋନା ଚିକିତ୍ସାରେ ଆଶାର କିରଣ ଆଣିଛି ପ୍ଲାଜମା ଥେରାପୀ । କରୋନା ଲଢେଇରେ ମହାନାୟକ ସାଜିଛନ୍ତି ପ୍ଲାଜମା ଦାତା । ଆଗାମୀ ଦିନରେ ପ୍ଲାଜମା ଦାନ ହେବ ଗୋଷ୍ଠି ଭିତ୍ତିକ କାର୍ଯ୍ୟକ୍ରମ । ମାତ୍ର ୧୫ ଦିନରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ଦୁଇଟି ପ୍ଲାଜମା ବ୍ୟାଙ୍କ । ସ୍ବେଚ୍ଛାକୃତ ଭାବେ କରୋନା ସୁସ୍ଥ ବ୍ୟକ୍ତି ଦାନ କରୁଛନ୍ତି ପ୍ଲାଜମା । ପୋଲିସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଗ୍ନୀଶମ, ଏନଡିଆରଏଫ ଓ ସାଧାରଣ ଲୋକେ ବି ପ୍ଲାଜମା ଦାନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କରୋନା ଚକିତ୍ସାରେ ଗୁରୁତ୍ତର ରୋଗୀଙ୍କ ପାଇଁ ପ୍ଲାଜମା ଥେରାପୀ ନୂଆ ଆଶା ସଂଚାର କରିଛି । ଏହିଦୃଷ୍ଟିରୁ ସରକାର ପ୍ଲାଜମା ଥେରାପୀକୁ ବ୍ୟାପକ କରିବାକୁ ଯୋଜନା କରିଛନ୍ତି । ଆସନ୍ତାକାଲି ଆଇଜିଏଚ ରାଉଲକେଲାରେ ଖୋଲିବ ପ୍ଲାଜମା ବ୍ୟାଙ୍କ । ସପ୍ତାହକ ମଧ୍ୟରେ ଏମକେସିଜି ଓ ଭିମସାରରେ ମଧ୍ୟ କାର୍ଯ୍ୟକ୍ଷମ ହେବ ପ୍ଲାଜମା ବ୍ୟାଙ୍କ ।

ରାଜ୍ୟର ପ୍ରତ୍ୟେକଟି ବ୍ୟକ୍ତିଙ୍କ ଜୀବନ ମୂଲ୍ୟବାନ । ଏହି ଅମୂଲ୍ୟ ଜୀବନକୁ ବଂଚାଇବାକୁ ସରକାର ଚେଷ୍ଟା କରୁଛନ୍ତି । ଏଥିପାଇଁ ଏବେ ପ୍ଲାଜମା ଥେପାରୀ ହୋଇଛି ମୁଖ୍ୟ ଆୟୁଧ । ଖୁବଶୀଘ୍ର ସରକାର ପ୍ଲାଜମା ବ୍ୟାଙ୍କ ପାଇଁ ଆଣିବେ ଏସଓପି । କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ ଅବସରରେ ମଧ୍ୟମନ୍ତ୍ରୀ ପ୍ଲାଜମା ଦାନ ପାଇଁ ଏକ ୱେବ ପୋର୍ଟାଲକୁ ମଧ୍ୟ ଲୋକାର୍ପିତ କରିଛନ୍ତି ।

ପ୍ଲାଜମା ଥେରାପୀରୁ କୌଣସି ଜଣେ ହେଲେ ବ୍ୟକ୍ତି ବଂଚିତ ହେବେ ନାହିଁ । ମୁଖ୍ୟମନ୍ତ୍ରୀ ଏହି ଆଶ୍ବାସନା ଦେବା ସହ ପ୍ଲାଜମା ଡାକ୍ତରଙ୍କୁ ସେମାନଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପ୍ଲାଜମାଦାତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + 16 =