ପାହାଡ଼ରୁ ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଲାଦୁରାସାହି ଗ୍ରାମ ବାଲୁଗୁଟୁ ପାହାଡ଼ରୁ ଏହି ମୃତଦେହ ଉଦ୍ଧାର କରାଯାଇଛି । ରବିବାର ସକାଳେ କିଛି ବ୍ୟକ୍ତି ଛେଳି ଚରାଇ ଗଲାବେଳେ ପାହାଡ଼ ଖୋଲରେ ମୃତଦେହଟି ପଡିଥିବା ଦେଖିବାକୁ ପାଇଥିଲେ ।ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ସବୁଠାରୁ ବଡ କଥା ହେଲା ଯେ ମୃତଦେହର ହାତଗୋଡ ବନ୍ଧାହୋଇଛି । ତେବେ ତାଙ୍କର ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

ten − four =