୧୧ଟାରେ ମହାବାତ୍ୟାର ରୂପ ନେଲା ଅମ୍ଫନ

ନୂଆଦିଲ୍ଲୀ() ସମୁଦ୍ର ଭିତରେ ଅମ୍ଫନ ମହାବାତ୍ୟାର ରୂପ ନେଇଛି । ସକାଳ ସାଢ଼େ ୧୧ଟାରେ ମହାବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ସମୁଦ୍ର ଭିତରେ ଘଣ୍ଟାକୁ ୨୩୦ କିଲୋମିଟର ବେଗରେ ପବନ ବହୁଛି । ଏହାସହ ଘଣ୍ଟାକୁ ୮କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ପାରାଦୀପଠାରୁ ଦକ୍ଷିଣରେ ୭୮୦ କିମି ଦୂରରେ ଅମ୍ଫନ ଅବସ୍ଥିତ ରହିଛି ।

ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତର-ଉତର ପୂର୍ବକୁ ଦିଗ ବଦଳାଇ ଉତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ ଏବଂ ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Share

Leave a Reply

Your email address will not be published. Required fields are marked *

3 × 1 =