ଓଡିଶାରେ ସଲମାନ ଖାନ

ଆଜି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଦ୍ୱିତୀୟ ଉଦଘାଟନୀ ଉତ୍ସବ । ଏନେଇ ଭାଇଜାନଙ୍କ ଅପେକ୍ଷାରେ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କ ଫ୍ୟାନଙ୍କ ଭିଡ଼ ଜମିଛି।
ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୬ ଟା ୩୦ ମିନିଟ୍ ସମୟରେ ଚାଟାର୍ଡ ପ୍ଲେନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ସଲମାନ । ଆଉ ବିମାନବନ୍ଦରରୁ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ କାର୍ ଯୋଗେ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଯାତ୍ରା କରିଛନ୍ତି ଦବଙ୍ଗ ଖାନ୍ ।
ସଲମାନଙ୍କ ଟିକିଏ ଝଲକ ପାଇବା ପାଇଁ ଫ୍ୟାନ ମାନଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଛି । ହଜାର ହଜାର ସଂଖ୍ୟାରେ ପ୍ରଂଶସକ ମାନେ ସଲମାନଙ୍କୁ ଦେଖିବାକୁ ବିମାନବନ୍ଦର ଠାରୁ ଆରମ୍ଭ କରି ରାସ୍ତାକଡରେ ଅପେକ୍ଷା କରି ରହିଛନ୍ତି । ଅନ୍ୟପଟେ ବାରବାଟୀ ଷ୍ଟାଡିୟମରେ ମଧ୍ୟ ସଲମାନଙ୍କ ସୋ’ ଦେଖିବାକୁ ପ୍ରଂଶସକ ମାନେ ଚାତକ ଭଳି ଚାହିଁ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − one =