ଆଉ ୧୫୨୮ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ପାର

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୪୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୮୦ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୫୫କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୩୩ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ସମ୍ବଲପୁରରୁ ୧୬୮ ଜଣ, ସୁନ୍ଦରଗଡ଼ରୁ ୧୨୬ ଜଣ, ଢ଼େଙ୍କାନାଳରୁ ୧୦୭ ଜଣ, କଟକରୁ ୭୨ ଜଣ, ଭଦ୍ରକରୁ ୭୦ ଜଣ, କୋରାପୁଟରୁ ୬୮ ଜଣ, ବଲାଙ୍ଗୀରରୁ ୫୯ ଜଣ, ବାଲେଶ୍ବରରୁ ୪୩ ଜଣ, ମାଲକାନଗିରିରୁ ୩୮ ଜଣ, ଯାଜପୁରରୁ ୩୩ ଜଣ, ନୟାଗଡ଼ରୁ ୩୨ ଜଣ, ଗଜପତିରୁ ୩୧ ଜଣ, ରାୟଗଡ଼ାରୁ ୨୭ ଜଣ, ପୁରୀରୁ ୨୬ ଜଣ, ନବରଙ୍ଗପୁରରୁ ୨୩ ଜଣ, ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ, ବରଗଡ଼ରୁ ୧୦ ଜଣ, ଝାରସୁଗୁଡାରୁ ୯ ଜଣ, ଅନୁଗୁଳରୁ ୮ ଜଣ, ବୌଦ୍ଧରୁ ୭ ଜଣ, କେନ୍ଦୁଝର ଓ ସୋନପୁରରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

four + 3 =