କଟକଣାରୁ ଅନୁଭୁତି :  ମାଗଣା ଅନଲାଇନ ଶିକ୍ଷା ଦେଉଛନ୍ତି ଦୁଇ ଯୁବ ଶିକ୍ଷାର୍ଥୀ

ସିଙ୍ଗାପୁର () କରୋନା ଲକଡାଉନର ଶିକ୍ଷା ଓ ଖେଳକୁଦରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ କ୍ଲାସ ରୁମର ମଜା ଦେଇଛନ୍ତି 15 ବର୍ଷିୟା ମିହିକା ମିଶ୍ର ଓ ତାଙ୍କ ବନ୍ଧୁ ଅର୍ଶ ଶୈଖ । ମିହିକା ସ୍ବେଚ୍ଛେସେବୀ କାର୍ଯ୍ୟକ୍ରମରେ ପୂର୍ବରୁ ଓ ତିନି ବର୍ଷର ଶିଶୁ ସହ ଖେଳିବାକୁ ଏକ ଫ୍ଲାଟକୁ ଯାଉଥିଲେ ।କିନ୍ତୁ ସଟଡାଉନ ଯୋଗୁଁ ସେ ଆଉ ସେଠାକୁ ଯାଇପାରିଲେନି । କିନ୍ତୁ ଚିନ୍ତାରେ ରହୁଥିଲେ ଯେ, ସେ କୁନି ଝିଅଟି ଏହି ସଟଡାଉନରେ କଣ କରୁଥିବ । କାରଣ ସେ ଝିଅ ସେଠାରେ ରହିଥିଲେ ଆଉ ଛଅ ଜଣ ।

ସଟଡାଉନ ସମୟରେ ଘରେ ରହୁଥିବା ପିଲାଙ୍କୁ ପାଠ ସହ ମଜାଦାର ଖେଳ ଏପରିକି ଗୀତ ଓ ମ୍ୟୁଜିକର ମଜା ଦେବାକୁ ଚିନ୍ତା କରି ମହିକା ତାଙ୍କ ବନ୍ଧୁ ଅର୍ଶଙ୍କ ସହ କଥା ହୋଇଥିଲେ । କିଛି ଦିନ ଧରି ମାନସମନ୍ଥନ ପରେ ଉଭୟ ଗତ ଜୁନ ମାସରେ ଏଭଳି ଏକ ପ୍ଲାଟଫର୍ମ ସୃଷ୍ଟି କଲେ ଯେଉଁଠାରେ ସେମାନେ ପିଲାଙ୍କ ସହ ଯୋଡି ହେଲେ ।

ଜୁମ ପ୍ଲାଟଫର୍ମରେ ଏକ୍ସପ୍ଲୋରା ଜରିଆରେ ପିଲାଙ୍କୁ ନିଜ ପ୍ୟାସନ ପୂରଣ ପାଇଁ ସୁଯୋଗ ସୃଷ୍ଟି କଲେ ଏହି ଦୁଇ ଯୁବ ସମାଜସେବୀ । ସପ୍ତାହକୁ ତିନି ଦିନର ସେସନ । ତିନିରୁ 18 ବର୍ଷର ପିଲାମାନେ ଏହି ସେସନରେ ଯୋଡି ହୋଇପାରିବେ । ଚିତ୍ରକଳା, ନାଚ, ଗୀତ ଠାରୁ ଆରମ୍ଭ କରି ସହପାଠୀଙ୍କ ଠାରୁ ପାଠ ପଢା ପର୍ଯନ୍ତ ସବୁକିଛି ଗୋଟିଏ ପ୍ଲାଟଫର୍ମ ଉପଲବ୍ଧ କରାଗଲା ।

ଏହି ପ୍ଲାଟଫର୍ମରେ 13ରୁ 18 ବର୍ଷର ପିଲାମାନେ ଶିକ୍ଷକ ଭାବେ ଅଂଶଗ୍ରହଣ କଲେ । ସେମାନେ ପିଲାମାନଙ୍କ ପାଇଁ ଶିକ୍ଷାକୁ ଅଧିକ ସରଳ କରିବା ସହ ପିଲାଙ୍କ ଠାରୁ ପ୍ରଶ୍ନକୁ ପ୍ରୋତ୍ସାହିତ କଲେ । ଏହି ଶିକ୍ଷା ଗ୍ରହଣ ସମୟରେ ଛାତ୍ରଛାତ୍ରୀଙ୍କୁ ନିଜ ପ୍ରାଇଭେସି ରକ୍ଷା କରିବାକୁ କ୍ୟାମେରା ଅନ କରିବାକୁ ବାଧ୍ୟତାମୂଳକ କରାଯାଇନି । ପ୍ରତି 15 ମିନିଟେରେ ଇନଷ୍ଟ୍ରକ୍ଟର ପିଲାଙ୍କୁ ସେମାନଙ୍କ ଡାଉଟ ପଚାଇଥାଏ । ଏହାଦ୍ବାରା ଶିକ୍ଷାଗ୍ରହଣ ଅଧିକ ସରଳ ଓ ମଜାଦାର ହୋଇପାରିଛି ବୋଲି କହିଛନ୍ତି ମିହିକା ।

ଏହାକୌଣସି କ୍ଲାସରୁମ ନୁହେଁ । ବରଂ ଏହା ଏକ ଇଣ୍ଟରଆକ୍ଟିଭ ପରିବେଶ ଯେଉଁଠାରେ ପିଲାମାନେ ପାଠ ପଢିବା ସହ ନିଜ ମନର ଦ୍ବନ୍ଦ୍ବକୁ ପରିପ୍ରକାଶ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି । ଏଥିରେ ପୂର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ସହ ଲାଇଭ ଭିଡିଓ ପ୍ରଦର୍ଶନ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

2 × 4 =