ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ନଦୀଗୁଡ଼ିକର ଜଳସ୍ତର

ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ବିଭିନ୍ନ ନଦୀର ଜଳସ୍ତର। ଗଜପତି ଜିଲ୍ଲା ଅଡ଼ବା ସ୍ଥିତ ହରଭଙ୍ଗି ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଜଳ ସେଚନ ବିଭାଗ ପକ୍ଷରୁ ଦୁଇଟି ଗେଟ୍ ଖୋଲାଯାଇଛି। ଡ୍ୟାମରେ ୯୦ ପ୍ରତିଶତ ଜଳ ଗଛିତ ରହିଥିବା ବେଳେ ଲଗାଣ ବର୍ଷା ପରେ ବିଭିନ୍ନ ନଦୀରୁ ୬୫ କ୍ୟୁସେକ୍ ବନ୍ୟା ଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଥିବାରୁ ଡ୍ୟାମରୁ ୧୦୦ କ୍ୟୁସେକ୍ ଜଳ ନିଷ୍କାସନ ପାଇଁ ୮ଟି ଗେଟ୍ ମଧ୍ୟରୁ ଦୁଇଟି ଗେଟ୍ ଖୋଲାଯାଇଛି ।

ଫଳରେ ହରଭଙ୍ଗି ଡ୍ୟାମର ନିମ୍ନ ଅବବାହିକାରେ ବସବାସ କରୁଥିବା ହରଭଙ୍ଗି, ନୂଆସାହି, କରଡ଼ାପଙ୍କାଳ, ରାଇକଳା, ବେତେଗଣ୍ଡା ଓ ବାମଦେଇପଦା ଗାଁ ସମେତ ୧୦ଖଣ୍ଡ ଗାଁକୁ ସତର୍କ ସୂଚନା ଦିଆଯାଇଛି। ନଦୀ ଗର୍ଭକୁ ନଯିବା ପାଇଁ ଗ୍ରାମବାସୀକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।

Share

Leave a Reply

Your email address will not be published. Required fields are marked *

5 + 11 =