ଏଣିକି ବାହାଘରରେ ଭୋଜି ନୁହେଁ ଦିଆଯିବ ଖାଦ୍ୟପୁଡିଆ

ଗଞ୍ଜାମ: କରୋନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ବାହାଘରରେ କେବଳ ୧୦୦ ଜଣ ଲୋକ ସାମିଲ ହୋଇପାରିବେ । ଏହା ବ୍ୟତୀତ ଭୋଜିରେ ବଣ୍ଟାଯିବ ଖାଦ୍ୟପୁଡିଆ । ରାଜ୍ୟରେ ଏବେ ଦୈନିକ ପ୍ରାୟ ୫ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନଜରରେ ରଖି କରୋନା କଟକଣାକୁ ଅଧିକ କଡାକଡି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।


ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଲୋକ ହିଁ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ବିବାହରେ ଯୋଗ ଦେଉଥିବା ଲୋକ ଭୋଜି ଖାଇପାରିବେ ନାହିଁ । ବରଂ ଭୋଜି ବଦଳରେ ଖାଦ୍ୟ ପୁଡିଆ ନେଇପାରିବେ ବୋଲି ସାନି ନିର୍ଦ୍ଦେଶନାମାରେ କୁହାଯାଇଛି । ଅର୍ଥାତ ଗଞ୍ଜାମ ଜିଲ୍ଲାରେ ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡିଆ ବଣ୍ଟା ଯିବ ବୋଲି ଜିଲ୍ଲାପାଳଙ୍କ ତରଫରୁ କୁହାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

19 − 7 =