ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଜବତ

ପିପିଲି: ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ । ବାଇକରେ ଦୁଇ ଜଣ ଯୁବକ ଟଙ୍କା ନେଇ ଯାଉଥିବା ବେଳେ ଏହି ଟଙ୍କା ଜବତ ହୋଇଛି । ଘଟଣାରେ ଦୁଇ ଯୁବକ ମଧ୍ୟ ଅଟକ ଅଛନ୍ତି । ସୂଚନା ଅନୁଯାୟୀ,କ୍ୟାମ୍ପେନିଂରେ କମ୍ପୁଛି ପିପିଲି ଉପନିର୍ବାଚନ ମଇଦାନ । ଏପ୍ରିଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସଭା, ଶୋଭାଯାତ୍ରା ଆଉ ଡୋର ଟୁ ଡୋର ପ୍ରଚାର ଆଦି ଜାରି ରଖିଛନ୍ତି ।

ତେବେ ଏହି ସମୟରେ ପିପିଲି ତରାକାଜ ଛକରୁ ୫୦ ଲକ୍ଷ ଟଙ୍କା ଜବତ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବାଇକରେ ଦୁଇ ଜଣ ଯୁବକ ପଇସା ନେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇଥିଲା ପୋଲିସ । ତେବେ ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିବା ସହ ଦୁଇ ଯୁବକଙ୍କୁ ଅଟକ ରଖିଛି ପୋଲିସ । ଏ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

18 + four =