ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର() ଆଜି ପୁଣି ୨୬୪ ଜଣ ପଜିଟିଭ୍ ବାହାରିଥିବା ବେଳେ ୩ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ମୃତକ ୩ ଜଣ ଖୋର୍ଦ୍ଧା, ଗଞ୍ଜାମ ଓ କଟକର ବୋଲି ଜଣାପଡିଛି । ଅନ୍ୟପଟେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧,୯୮୦ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୪,୪୦୬ ଜଣ ସୁସ୍ଥ ହୋଇ ସାରିଛନ୍ତି ।

ତେବେ ୩ ମୃତକଙ୍କ ମଧ୍ୟରୁ ଜଣେ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ୭୫ ବର୍ଷ ବୟସ୍କ ପୁରୁଷ । ସେ ଉଭୟ ମଧୁମେହ ଓ ଉକ୍ତରକ୍ତଚାପରେ ପୀଡିତ ଥିବା ଜଣାପଡିଛି ।

ଅନ୍ୟପଟେ ଆଉ ଜଣେ ମୃତକ ହେଉଛନ୍ତି କଟକ ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ, ଯେ କି ଉଚ୍ଚ ରକ୍ତଚାପ ଓ କ୍ରୋନିକ୍ କିଡନି ରୋଗରେ ପୀଡିତ ଥିଲେ ।

ସେହିପରି ଆଉ ଜଣେ ମୃତକ ଭୁବନେଶ୍ୱରର ୭୩ ବର୍ଷ ବୟସ୍କ ପୁରୁଷ । ସେ ମଧୁମେହ, ଊଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡିତ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

four + seven =