ସର୍ବଦା ସଙ୍କଟକୁ ସଫଳତାରେ ବଦଳାଇଛି ଭାରତ

ନୂଆଦିଲ୍ଲୀ() ଲଦାଖର ଗଲୱାନ ଉପତ୍ୟାକରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଦେବା ସହ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ମୋଦୀ କହିଛନ୍ତି ଯେ, ‘ଲୋକ କହୁଛନ୍ତି ୨୦୨୦ ଭଲ ନୁହେଁ । କିନ୍ତୁ ଭାରତ ପୂର୍ବରୁ ବହୁ ସମସ୍ୟାରୁ ମୁକୁଳି ଆସିଛି, ଏଥର ବି ସବୁ ସମସ୍ୟାକୁ ସମାଧାନ କରିପାରିବ । ନୂଆ ବିଚାରରେ ଆମକୁ ଆଗେଇବାକୁ ପଡିବ । ଆଗକୁ ବଢିଲେ ନୂଆ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ସମ୍ଭବ ହୋଇପାରିବ । ସର୍ବଦା ସଙ୍କଟକୁ ସଫଳତାରେ ବଦଳାଇଛି ଭାରତ ।’

ଏହା ସହ ସୀମା ବିବାଦ ଉପରେ ଆଲୋଚନା କରି ମୋଦୀ କହିଛନ୍ତି ଯେ, ‘ଲଦାଖରେ ଶତ୍ରୁକୁ କଡା ଜବାବ ଦେଇଛନ୍ତି ଯବାନ । ବୀର ଯବାନଙ୍କ ପରାକ୍ରମକୁ ଦେଶ ସ୍ମରଣ କରୁଛି । ବୀର ସହିଦଙ୍କ ପାଇଁ ଏଦେଶ ସର୍ବଦା ଗର୍ବିତ ଅନୁଭବ କରୁଛି ।’

ଅନ୍ୟ ଶତ୍ରୁ ଦେଶକୁ ଆକ୍ଷେପ କରି ମୋଦୀ କହିଛନ୍ତି ଯେ, ‘ଭାରତ ମିତ୍ରତା ସହ ଶତ୍ରୁକୁ କଡା ଜବାବ ଦେବା ବି ଜାଣିଛି । ସୁରକ୍ଷା ଦିଗରେ ଭାରତ ଆଗୁକ ଆଗେଇଛି । ସଙ୍କଟ ସମୟରେ ଅନେକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଏହା ସହ ସହାୟତା ପାଇଁ ଦେଶବାସୀ ଆଗକୁ ଆସୁଛନ୍ତି ବୋଲି ମୋଦୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − 4 =