ଆଉ ୨ନୂଆ ଜିଲ୍ଲାକୁ ଡେଇଁଲା କରୋନା

ଭୁବନେଶ୍ୱର() ଆଜି ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, କଟକରୁ ଜଣଙ୍କଠାରେ ଠାବ ହୋଇଛି କୋଭିଡ ୧୯ ଭୁତାଣୁ । ସେହିଭଳି ସୁନ୍ଦରଗଡରୁ ୫, ନୟାଗଡରୁ ୫, ବଲାଙ୍ଗିରରୁ ୧ ଏବଂ ମାଲକାନଗିରିରୁ ୫ ଚିହ୍ନଟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିଭଳି କନ୍ଧମାଲରୁ ୨, ଝାରସୁଗୁଡାରୁ ୩, ଗଜପତିରୁ ୪ ଏବଂ ନବରଙ୍ଗପୁରରୁ ଜଣେ କରୋନା ସଂକ୍ରମିତ ଠାବ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଆକ୍ରାନ୍ତ କ୍ୱାରେଂଟିନ ସେଂଟରରେ ଥିବା ବେଳେ ୨ ଜଣ ହୋମ କ୍ୱାରେଂଟିନରେ ଥିଲେ ଏବଂ ବାକି ୭ ଜଣ ଲୋକାଲ କେସ୍ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସେପଟେ ଆଜି ପ୍ରଥମ ଥର ପାଇଁ ନବରଙ୍ଗପୁର ଓ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ରୋଗୀ ।ତେବେ ରାଜ୍ୟରେ ୨୬ଟି ଜିଲ୍ଲାକୁ ବ୍ୟାପିଛି କରୋନା ମହାମାରୀ ଭୁତାଣୁ ।

Share

Leave a Reply

Your email address will not be published. Required fields are marked *

13 − 11 =