ଚଳିତ ବର୍ଷ ମହାନଦୀ ଭିତରେ ହେବ ଷ୍ଟେଜ୍

କଟକ() ଚଳିତ ବର୍ଷ ବାଲିଯାତ୍ରାରେ ଜଳକ୍ରୀଡାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତକୁ ନେଇଛି ପ୍ରଶାସନ । କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟବସ୍ଥା ସ୍ବରୂପ ପ୍ରଥମଥର ପାଇଁ ମହାନଦୀ ଭିତରେ କରାଯିବ ଷ୍ଟେଜ୍ । ଯେଉଁଠି ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ । ଡଙ୍ଗାକୁ ଡଙ୍ଗା ଯୋଡ଼ା ଯାଇ ନିର୍ମାଣ କରାଯିବ ଷ୍ଟେଜ୍ । ସେହି ଷ୍ଟେଜ୍ରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରଦର୍ଶିତ ହେବ । ବାଲିଯାତ୍ରା ଦେଖା ସହ ସେଠାରେ ବୋଟିଂର ମଜା ନେବେ ପର୍ୟ୍ୟଟକ । ତେବେ କେଉଁ ସମୟରେ କଣ କଣ କାର୍ୟ୍ୟକ୍ରମ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ସମୟ ଚୂଡାନ୍ତ ହୋଇପାରିନି ।

ନଭେମ୍ବର ୧୨ରୁ ୧୯ ପର୍ୟ୍ୟନ୍ତ ଐତିହାସିକ ବାଲିଯାତ୍ରା ଅନୁÂିତ ହେବ । କଟକର ଯେକୌଣସି ସ୍ଥାନରୁ ବାଲିଯାତ୍ରା ପଡିଆକୁ ପହଞ୍ଚାଇବା ପାଇଁ ଏଥର ମୋ’ କଟକ ବାଲିଯାତ୍ରା ରିକ୍ସା ପ୍ରସ୍ତୁତ କରାଯାଉଥିବା ବେଳେ ୟୁଟୁବ୍ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ପ୍ରମୋସନ ନିଆଯାଉଛି ପଦକ୍ଷେପ । ପ୍ରଥମ ଥର ପାଇଁ ପୃଷ୍ଠପୋଷକ ବ୍ୟବସ୍ଥା କରି ପ୍ରଶାସନ ଐତିହାସିକ ବାଲିଯାତ୍ରାରେ ଚମକ ଆଣିବାର ଯୋଜନା ହୋଇଛି ।

Share

Leave a Reply

Your email address will not be published. Required fields are marked *

2 × one =